www.samajalive.in
Sunday, December 7, 2025
15.1 C
Bhubaneswar

ମୁହଁର ଚମକ ବେଶ ବୃଦ୍ଧି କରିଥାଏ ଏହି ଉପାୟ

କେତେକ ଘରୋଇ ଉପାୟ ରହିଛି ଯାହା ଦ୍ୱାରା ଆମେ ନିଜ ମୁହଁର ଉଜ୍ଜ୍ୱଳତା ଘରେ ମଧ୍ୟ ବୃଦ୍ଧି କରି ପାରିବା। ଜାଣନ୍ତୁ….
ଦହି – ୨ ଚାମଚ ଦହିରେ ସାମାନ୍ୟ ଲୁଣ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ୧୫ ମିନିଟ ମାଲିସ କରିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ମୁହଁରେ ସାମାନ୍ୟ ଏଲୋବେରା ଜେଲ୍‍ ଲଗାଇ ଦିଅନ୍ତୁ। ଏହାର ମୁହଁର ଚମକ ବେଶ ବୃଦ୍ଧି କରିଥାଏ।
ଗ୍ଲିସରିନ ଓ ଅଟା – ଅଳ୍ପ ଅଟାରେ ଆବଶ୍ୟକ ଅନୁଯାୟୀ ଗ୍ଲିସରିନ ମିଶାନ୍ତୁ। ନିଜ ଇଚ୍ଛା ଅନୁଯାୟୀ, ସାମାନ୍ୟ ଲେମ୍ବୁ ରସ ମିଶାଇ ପାରିବେ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ବେସନ ଓ ଲେମ୍ବୁ ରସ – ଅଳ୍ପ ବେସନରେ ପାଣି ଓ ୧ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ୫ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ଏବେ ଏହାକୁ କାଢି ମୁହଁରେ ଲଗାଇ ୧୦ ମିନିଟ ରଖି ଧୋଇ ଦିଅନ୍ତୁ। ଏହାପରେ ସାମାନ୍ୟ ଏଲୋବେରା ଜେଲ୍‍ ମୁହଁରେ ଲଗାନ୍ତୁ। ଏହା ତ୍ୱଚା ପାଇଁ ଖୁବ ଉପକାରୀ।
ଏଲୋବେରା ଜେଲ୍‍ , ଚିନି – ୨ ଚାମଚ ଏଲୋବେରା ଜେଲରେ ସାମାନ୍ୟ ଚିନି ମିଶାଇ ମୁହଁରେ ଏହି ମିଶ୍ରଣକୁ ୧୦ ମିନିଟ ହାଲକା ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
କାକୁଡ଼ି – ଆଖି ଉପରେ କାକୁଡ଼ିକୁ ଗୋଲ ଆକୃତି କାଟି ମଧ୍ୟ ୧୦ ମିନିଟ ଲେଖାଏଁ ରଖନ୍ତୁ। ଏହା ଆଖିର କଳାପଣ ଦୂର କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories