www.samajalive.in
Sunday, December 7, 2025
23.1 C
Bhubaneswar

ଜିଓକୁ ଟକ୍କର ଦେବାକୁ ଆସିଲା ଏହି କମ୍ପାନୀର ବ୍ରଡବ୍ୟାଣ୍ଡ୍ ପ୍ଲାନ୍ ! କମ୍ ଦାମରେ ସିନେମା, ଶୋ’ ସବୁକିଛି…

ନୂଆଦିଲ୍ଲୀ : ଏକ୍ସସାଇଟେଲ୍ ନିଜ ଇଣ୍ଟରନେଟ୍ ଗ୍ରାହକଙ୍କୁ ମନୋରଞ୍ଜନ ପ୍ରଦାନ କରିବା ପାଇଁ ଆମାଜନ ପ୍ରାଇମ୍ ସହିତ ଭାଗିଦାରୀ କରିଛି । ଏଣିକି ଏକ୍ସସାଇଟେଲର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ପ୍ଲାନ୍ ନେଲେ ଆପଣଙ୍କୁ ଆମାଜନ ପ୍ରାଇମ ଲାଇଟ୍ ମାଗଣା ମିଳିବ । ଆମାଜନ ପ୍ରାଇମ୍ ଲାଇଟ୍ ସହିତ ଆପଣଙ୍କୁ ପ୍ରାଇମ୍ ଭିଡିଓର ଅନେକ କଣ୍ଟେଣ୍ଟ୍ ମିଳିପାରିବ । ଏଥିରେ ଉପଭୋକ୍ତା ଅନେକ ସିନେମା, ଟିଭି ଶୋ ଦେଖିପାରିବେ । କେବଳ ଏତିକି ନୁହେଁ, ଗ୍ରାହକ ଆମାଜନରୁ ୧ ମିଲିୟନରୁ ଅଧିକ ଉତ୍ପାଦରେ ‘ସେହି ଦିନ ଡେଲିଭରୀ’ର ଲାଭ ଉଠାଇପାରିବେ ।

ଏକ୍ସସାଇଟେଲର ଏହି ଖାସ୍ ପ୍ଲାନରେ ୩୦୦ ଏମବିପିଏସ୍ ପର୍ଯ୍ୟନ୍ତ ସ୍ପିଡରେ ଇଣ୍ଟରନେଟ୍ ମିଳିବ । ଏହି ପ୍ଲାନରେ ୩୦୦ରୁ ମଧ୍ୟ ଅଧିକ ଲାଇଭ୍ ଟିଭି ଚ୍ୟାନେଲ ସାମିଲ । ପ୍ରାଇମ୍ ଲାଇଟ୍ ସହ ଆପଣଙ୍କୁ ଆମାଜନ ପ୍ରାଇମ୍ ଭିଡିଓର ଅନେକ ଫିଲ୍ମ ଓ ଶୋ ଦେଖିବାକୁ ମିଳିବ । ‘କେବଲ କଟର’ ପ୍ଲାନ୍ ଆପଣ କମ୍ ସମୟ ପାଇଁ ମଧ୍ୟ ନେଇପାରିବେ । ୩ ମାସର ପ୍ଲାନ୍ ୧୧୧୯ ଟଙ୍କା ପ୍ରତି ମାସିକ ଏବଂ ୬ ମାସର ପ୍ଲାନ୍ ୭୬୯ ଟଙ୍କା ପ୍ରତି ମାସିକ ମିଳୁଛି । ଯଦି ଆପଣ ବର୍ଷକ ପାଇଁ ପ୍ଲାନ୍ ନେବେ ତେବେ ଏହାର ଦାମ୍ ୭୩୪ ଟଙ୍କା ପ୍ରତି ମାସିକ ପଡିବ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories