ଅତି ଭୀଷଣ ସାମୁଦ୍ରିକ ଝଡ ଫନି ପାଇଁ ସ୍ଥାନାନ୍ତର ହେଲା ୨ଟି ନିର୍ବାଚନୀ ମଣ୍ଡଳୀର ଇଭିଏମ୍
ଭୁବନେଶ୍ୱର .- ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନର ଇଭିଏମ୍କୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ଭାବେ ରଖାଯାଇଛି। ଅତି ଭୀଷଣ ସାମୁଦ୍ରିକ ଝଡ ଫନି ପୁରୀର ଚନ୍ଦ୍ରଭାଗା ନିକଟସ୍ଥ ତନ୍ଦାହାରରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି ।
ଏହା ସମୟରେ ଇଭିଏମ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ, ଷ୍ଟ୍ରଙ୍ଗରୁମ୍ରେ ଯେପରି ବର୍ଷାପାଣି ପ୍ରବେଶ କରି ନ ପାରେ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦିଆଯାଇଛି । ରାଜ୍ୟର ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି । ୧୦୩ ନମ୍ବର ବିଧାନସଭା ଆସନ ବାଲିକୁଦା ଓ ୧୦୪ ନମ୍ବର ବିଧାନସଭା ଆସନ ଜଗତସିଂପୁରର ଇଭିଏମ୍ ମେସିନ୍ ଏସ୍ଭିଏମ୍ ସ୍ୱୟଂ ଶାସିତ ମହାବିଦ୍ୟାଳୟର ତଳ ମହଲାରେ ଥିବା ବେଳେ ସୁରକ୍ଷା ପାଇଁ ଏହାକୁ ପ୍ରଥମ ମହଲାକୁ ସ୍ଥାନାନ୍ତର କରାଯାଇଥିବା ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
Comments are closed.