www.samajalive.in
Monday, December 8, 2025
27.1 C
Bhubaneswar

ସମ୍ବଲପୁରରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ମୋସିମ ଆହତ

ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେଶନ ନିକଟରେ ସୋମବାର ଭୋର ସମୟରେ ଏନକାଉଣ୍ଟର ଘଟିଛି। ଧନୁପାଲି ପୁଲିସ ଏବଂ ସ୍ପେଶାଲ ସ୍କ୍ବାଡ୍‌ର ମିଳିତି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୋସିମ ଅଖତାର ଓରଫ ବିଟୁ(୩୨) ଆହତ ହୋଇଛି। ତା’ ନାଁରେ ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି।

ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ସିଟି ରେଳ ଷ୍ଟେଶନ ନିକଟରେ ଆପରାଧିକ ଯୋଜନା କରୁଥିବା ନେଇ ଖବର ମିଳିବା ପରେ ସ୍ପେଶାଲ ସ୍କ୍ବାଡ ଏବଂ ଧନୁପାଲି ପୁଲିସ ପକ୍ଷରୁ ଭୋର ୫ଟା ୨୦ରେ ମିଳିତ ଭାବେ ଚଢ଼ାଉ କରାଯାଇଥିଲା। ପୁଲିସକୁ ଦେଖି ମୋସିମ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ପାଲଟା ଜବାବ ଦେଇ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରେ ମୋସିମ ଆହତ ହୋଇଥିଲା। ଅନ୍ୟ ଜଣେ ଅପରାଧୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା। ପୁଲିସ ମୋସିମଠାରୁ ଏକ ୯ ଏମଏମ ବନ୍ଧୁକ ସହ ଗୁଳି, ୧ ମୋବାଇଲ ଫୋନ ଏବଂ ୪ ହଜାର ଟଙ୍କା ଜବତ କରିଛି। ଏହା ସହିତ ଗୁଳିବିନିମୟ ସମୟରେ ଜଣେ ପୁଲିସ ଏଏସଆଇ ଆହତ ହୋଇଛନ୍ତି। ଆହତ ମୋସିମକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories