www.samajalive.in
Sunday, December 7, 2025
15.1 C
Bhubaneswar

ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ ଟ୍ରାନସଫରମର : ଗ୍ରାମବାସୀ ଭୟଭୀତ

ମୋହନା :  ଗଜପତି ଜିଲ୍ଲା ମୋହନା ବ୍ଳକ ଦମାଦୁଆ ଗ୍ରାମ ନିକଟରେ ବିପଦଜ୍ଜନକ ସ୍ଥିତିରେ ବିଦ୍ୟୁୁତ ଟ୍ରାନସଫରମର ରହିଛି । ଅଡବା ଠାରୁ ବ୍ରାହ୍ମଣିଗାଁ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ନିକଟ ଦମାଦୁଆ ଗ୍ରାମ ଠାରୁ ମାତ୍ର ୭ ଫୁଟ ଦୂରରେ ରାସ୍ତା ପାଖରେ ଟ୍ରାନସଫରମରଟି ଆଜକୁ ୧୦ ବର୍ଷ ହେଲା ମୁକୁଳା ହୋଇ ପଡିରହିଛି । ଟ୍ରାନସଫରମର ପାର୍ଶ୍ବରେ ଗୋଟିଏ କୂଅ ମଧ୍ୟ ରହିଛି । ଗ୍ରାମର ସମସ୍ତେ ସେହି କୂଅ ଉପରେ ନିର୍ଭର କରି ସଦା ସର୍ବଦା ସ୍ନାନ କରିବା ସହ ପାନୀୟ ଜଳ ମଧ୍ୟ ବ୍ୟବହାର କରିଥାନ୍ତି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହ ଶହ ଗାଡି ଯିବା ଆସିବା କରେ। ଛୋଟ ଛୁଆମାନେ ଏହି ଟ୍ରାନସଫରମର ନିକଟରେ ଖେଳକୁଦ କରିଥାନ୍ତି। କେତେ ବେଳେ ଯେ ଗ୍ରାମବାସୀ ଓ ଛୋଟ ଛୁଆମାନେ ବିଦ୍ୟୁତ ସଂସ୍ୱର୍ଶରେ ଆସି ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ହାରିବେ କହିହେବ ନାହିଁ। ଏ ସମ୍ପର୍କର ଗ୍ରାମବାସୀ ବହୁବାର ଅଡବା ସାଉଥ କୋ କନିଷ୍ଠ ଯନ୍ତ୍ରୀଙ୍କୁ  ଜଣାଇ ଆସୁଥିଲେ ମଧ୍ୟ ସୁଫଳ ମିଳୁନଥିବା କହିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିବା କହିଛନ୍ତି। ଏଣୁ ଯଥା ଶୀଘ୍ର ବିଦ୍ୟୁତ ଟ୍ରାନସଫରମର ଟିକୁ ସ୍ଥାନାନ୍ତରିତ କରିବା କିମ୍ବା ପାଚେରୀ ବା ତାର ବାଡ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଘାସପଦା ପ୍ରାଥମିକ ବିଦ୍ୟାଳୟ ହତା ଭିତରେ ରହିଛି ବିଦ୍ୟୁତ ଟ୍ରାନସଫରମର

- Advertisement -

ସେହିପରି ମୋହନା ବ୍ଳକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତ ଅଧିନ ଘାଷପଦା ପ୍ରାଥମିକ ବିଦ୍ୟାଳୟଟି ନା ନା ଅବ୍ୟବସ୍ଥା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ୧ମ ରୁ ୫ମ ଶ୍ରେଣୀରେ ମୋଟ ୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ବିଦ୍ୟାଳୟଟି ୨୦୦୯ ମସିହାରେ ସ୍ଥାପିତ ହୋଇଥିଲା। ପ୍ରଧାନ ଶିକ୍ଷକ ଗୋପିନାଥ ଶବରଙ୍କ ସମେତ ୩ ଜଣ ଶିକ୍ଷକ ଏଠାରେ କାର୍ଯ୍ୟରତ ଅଛନ୍ତି। ବିଦ୍ୟାଳୟରେ ୨ଟି କଠୋରୀ ରହିଥିବା ବେଳେ ପାଚେରୀ ନାହିଁ। ଷ୍ଟୋର ରୁମରେ ରହିବା ସାମଗ୍ରୀ ଯଥା ଚାଉଳ, ପ୍ଲାଷ୍ଟିକ ପାଇପ ଗୁଡିକୁ ଶ୍ରେଣୀ କଠୋରୀରେ ରଖାଯାଇଛି। ଯାହା ଫଳରେ ପାଠ ପଢାରେ ବ୍ୟାଘାତ ଦେଖାଦେଇଛି। ଶୌଚାଳୟ ଅବସ୍ଥା କହିଲେ ନସରେ ପରିତ୍ୟକ୍ତ ଅବସ୍ଥାରେ ଶୌଚାଳୟଟି ରହିଛି। ବିଡମ୍ବନାର ବିଷୟ ସ୍କୁଲ ହତା ମଧ୍ୟରେ ଦୀର୍ଘ ବର୍ଷ ହେଲା ବିଦ୍ୟୁତ ଟ୍ରନସଫରମରଟି ରହିଲେ ସୁଦ୍ଧା ପ୍ରଶାସନର ଏଥିପ୍ରତି ନିଘା ନାହିଁ। କେତେ ବେଳେ ଯେ ବିଦ୍ୟୁତ ଟ୍ରାନସଫରମର ସ୍ୱସଂଶ୍ୱର୍ରେ ଆସି କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ ହାନି ଘଟିବ କହିହେବ ନାହିଁ। ଏଣୁ ଯଥା ଶୀଘ୍ର ଟ୍ରାନସଫରମର ଟିକୁ  ହଟାଇବା ଅବା ପାଚେରୀ ବା ତାର ବାଡ ଦେବା ପାଇଁ ଗ୍ରାମବାସୀ ଓ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories