କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପୁଣି କୌଶଲ୍ୟା!, କଂଗ୍ରେସରୁ ସପ୍ତଗିରି : ବିଜେପି କଥା ଅସ୍ପଷ୍ଟ

ଲକ୍ଷ୍ମୀପୁର: କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୁଜନତା ଦଳ ଗତଥର ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ଦୋହରାଇବାକୁ ଏକ ପ୍ରକାର ସ୍ଥିର ହୋଇ ସାରିଥିବା ଶୁଣାଯାଉଛି । ଯେଉଁଥିପାଇଁ କୌଶଲ୍ୟା ବର୍ତ୍ତମାନ କୋରାପୁଟ ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ବ୍ଲକ୍ ରେ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମୀଙ୍କ ସହିତ ମିଶି ସଂଗଠନକୁ ମଜଭୁତ କରିବା ପାଇଁ ଲାଗିପଡ଼ିଛନ୍ତି । ସମସ୍ତ ସଭାରେ ତାଙ୍କର ସ୍ବାମୀ ପୂର୍ବତନ ଲୋକସଭା ସଦସ୍ୟ ତଥା କୋରାପୁଟ ଜିଲା ବିଜୁଜନତା ଦଳର ସଭାପତି ଝିନ ହିକକାଙ୍କୁ ମଧ୍ଯ ଦେଖିବାକୁ ମିଳିଛୁ। ଝିନ ଲକ୍ଷ୍ମୀପୁର ବିଧାୟକ ପ୍ରାର୍ଥୀ ହେବାକୁ ମନବଳାଇ ଥିବା ବେଳେ ତାଙ୍କର ପତ୍ନୀ କୌଶଲ୍ୟାଙ୍କୁ ଲୋକସଭା ଏପରିକି ଓଲଟ ବଦଳ କରି ଦୁହେଁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ କିମ୍ବା ଲୋକସଭା ନିର୍ବାଚନ ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ଦଳ ପକ୍ଷରୁ ଝିନଙ୍କୁ କୋରାପୁଟ ଜିଲା ବିଜୁଜନତା ଦଳର ସଭାପତି କାରାଯାଇ ସାଂଗଠନିକ ଦାୟିତ୍ଵ ତୁଲାଇବାକୁ ଦାୟିତ୍ଵ ଦିଆଯାଇଥିବା ବେଳେ ତାଙ୍କ ପତ୍ନୀ କୌଶଲ୍ୟା ହିକକା ଙ୍କୁ କୋରାପୁଟ ଲୋକସଭା ଆସନରୁ ନିର୍ବାଚନ ଲଢିବା ପାଇଁ ଏକପ୍ରକାର ସବୁଜ ସଙ୍କେତ ମିଳି ସାରିଲାଣି ବୋଲି କୁହାଯାଉଛି । ଯେଉଁଥିପାଇଁ କୌଶଲ୍ୟା ବର୍ତ୍ତମାନ ସଂସଦୀୟ କ୍ଷେତ୍ରରେ ଥିବା ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଲୀୟ କାର୍ଯ୍ୟକ୍ରମର ଯୋଗଦେଇ କର୍ମୀଙ୍କ ସହିତ ମିଶି ଆଗାମୀ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । ଏଥିରେ ତାଙ୍କର ସ୍ବାମୀ ଝିନ ତାଙ୍କୁ ସହଯୋଗ କରୁଛନ୍ତି ।

ଝିନ ହିକକା ୨୦୦୯ ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ରୁ ଜିତି ଥିଲେ । ପରବର୍ତ୍ତୀ ୨୦୧୪ନିର୍ବାଚନରେ ଜୟରାମପାଙ୍ଗି ଦଳରୁ ନିଲମ୍ବିତ ହେବାପରେ ଦଳ ଜଣେ ଯୁବ ଚହେରା ଓ ବିଧାୟକ ଥାଇ ମାଓବାଦୀଙ୍କ ଦ୍ବାରା ଅପହୃତ ହୋଇଥିବା କାରଣରୁ ଅନୁକମ୍ପାର ଫାଇଦା ଉଠାଇବା ଆଶାରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ଅବଶ୍ୟ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନ ୨୦୧୯ରେ କିନ୍ତୁ ଦଳ ଝିନଙ୍କୁ ପ୍ରାର୍ଥୀ ନକରି ତାଙ୍କର ପତ୍ନୀ କୌଶଲ୍ୟା ଙ୍କୁ ପ୍ରାର୍ଥୀ କରି ଅଧିକ ଭୋଟ ବ୍ୟବଧାନରେ ଜିତିବାର ଆଶା ରଖିଥିଲା , କିନ୍ତୁ ସେହି ଅଙ୍କ ସବୁ ଭୁଲ ପ୍ରମାଣିତ ହୋଇ ଯାଇଥିଲା । ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପୂର୍ବତ୍ତନ ମନ୍ତ୍ରୀ ସ୍ବର୍ଗତ ରମ ଚନ୍ଦ୍ର ଉଲ୍ଲାକା ଙ୍କ ପୁଅ ଇଂ ସପ୍ତଗିରି ଉଲ୍ଲାକା ନୂଆକରି ପ୍ରାର୍ଥୀ ହୋଇ ଜିତିବାର ସମ୍ଭାବନା ସେଭଳି ନଥିଲା ମଧ୍ଯ ପ୍ରାୟ ୪ ହଜାର ଭୋଟ ବ୍ୟବଧାନରେ ସେ ଏଠାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସପ୍ତଗିରି ୩ ୭୧,୧୨୯ ଭୋଟ ପାଇଥିଲେ ।

prayash

ନିର୍ବାଚନ ପରେ କୌଶଲ୍ୟା ସେଭଳି ସକ୍ରିୟ ନଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନ ଠାରୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକରେ ନିର୍ବାଚନ ସଭାରେ ଅଂଶଗ୍ରହଣ କରିଥିଲେ । ସେହିପରି ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ ଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପାଖାପାଖି ୩ ଶହ ଭୋଟ ବ୍ୟବଧାନରେ ହାରିଥିବା ପୁର୍ବତ୍ତନ ବିଧାୟକ ତଥା ବର୍ତ୍ତମାନ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଥିବା କୈଳାସ ଚନ୍ଦ୍ର କୁଲେସିକା ପ୍ରାର୍ଥୀ ହେବେ ବୋଲି ସବୁଜ ସଙ୍କେତ ମିଳିସାରିଛି ବୋଲି କୁହାଯାଉଛି । ଯେଉଁଥିପାଇଁ ସେ ପ୍ରତି ବ୍ଲକରେ ବୁଲି ସଂଗଠନକୁ ସଜାଡୁଥି ଦେଖିବାକୁ ମିଳୁଛି । ଏହି କଥାକୁ ଦଳର ଭିନ୍ନ ଗୋଷ୍ଠୀ କିନ୍ତୁ ସତ ବୋଲି ବୋଲି ମାନିବାକୁ ନାରାଜ । ବର୍ତ୍ତମାନ ବିଧାୟକ ଥିବା ପ୍ରଭୁ ଜାନୀଙ୍କୁ ଦଳ ଆଉ ଦୋହରାଇବାକୁ ଚାହୁଁ ନଥିବା ଏକପ୍ରକାର ସ୍ଥିର ହୋଇଥିବା କୁହାଯାଉଛି ।

ତେବେ ଦୁଇଜଣ କଳିରେ ତୃତୀୟ ଲାଭ ହେବା କଥାକୁ ମଧ୍ଯ ଏଡ଼ାଇ ହେବନାହିଁ , ଏହି ତାଲିକାରେ ଏକାଧିକ ନାମ ରହିଛି , ଯାହା ସଠିକ୍ ସମୟରେ ଦଳର କତୃପକ୍ଷ ନେଇ ପାରନ୍ତି ।

ସେହିପରି ରାଜ୍ୟର ରାଜ୍ୟରେ ବିଜେଡି ହାଓ୍ବା ଥିଲେ ମଧ୍ୟ ଟି ୨୧ ଟି ଲୋକସଭା ଆସନ ମଧ୍ୟରୁ କେବଳ କୋରାପୁଟ ଲୋକସଭା ଆସନରୁ ଏକମାତ୍ର ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଉଲ୍ଲାକାଙ୍କ ପୁତ୍ର ଇଂ ସପ୍ତଗିରି ଉଲ୍ଲାକା ଜିତିବାର ସମ୍ଭାବନା ନଥିଲେ ମଧ୍ୟ ଅଳ୍ପ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଦଳର ସମ୍ମାନ ରଖିଥିଲେ । ଯେଉଁଥିପାଇଁ ଦଳ ତାଙ୍କୁ ହିଁ ପୁଣି ପ୍ରାର୍ଥୀ କରିବା ଏକପ୍ରକାର ନିଶ୍ଚିତ କହିଲେ ଚଳେ ।
ତେବେ ଭାରତୀୟ ଜନତା ପାର୍ଟିରୁ କିଏ ପ୍ରାର୍ଥୀ ହେବ ସେନେଇ କିଛି ଶୁଣିବାକୁ ମିଳୁନାହିଁ । ଏଠାରେ ୨୦୧୯ ରେ ପ୍ରାର୍ଥୀ ହୋଇଥିବା ପୂର୍ବତ୍ତନ ସାଂସଦ ତଥା ପୁରୁଖା ଆଦିବାସୀ ନେତା ଜୟରାମପାଙ୍ଗି ଙ୍କୁ ଦଳ ପ୍ରାର୍ଥୀ କରିଥିଲା, ସେ ଏହି ଆସନରୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।
ତେବେ ବର୍ତ୍ତମାନ ଶ୍ରୀ ପାଙ୍ଗି ଆଉ ବିଜେପିରେ ନାହାଁନ୍ତି । ସେ କିଛିମାସ ପୂର୍ବେ କେ. ଚନ୍ଦ୍ରଶେଖରଙ୍କ ବିଆରଏସ୍ ପାର୍ଟି ରେ ଯୋଗ ଦେଇଥିଲେ । ଯାହା ଜଣା ପଡୁଥିଲା ସେ ସେହି ଦଳର ଓଡିଶାର ପ୍ରମୁଖ ଦାୟିତ୍ବ ଗ୍ରହଣ କରି ଆନ୍ଧ୍ର ଓ ତେଲେଙ୍ଗାନା ଅବିଭକ୍ତର ସୀମାବର୍ତ୍ତୀ ଦକ୍ଷିଣ ଓଡିଶାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରନ୍ତି ବୋଲି । କିନ୍ତୁ ସେଭଳି କାହିଁକି ଆଉ ଜଣା ପଡୁନାହିଁ । ବିଆରଏସ୍ ପାଇଁ ଶ୍ରୀ ପାଙ୍ଗି ସେଭଳି ସାଙ୍ଗଠନିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁନାହିଁ । ତେଣୁ ପାଙ୍ଗି କୁଆଡ଼େ ହେବେ ସେନେଇ ସଂସୟ ଦେଖାଦେଇଛି । ତେବେ ଯାହା ହେଉ ପଛକେ ବିଜେଡିରୁ କୌଶଲ୍ୟା ହିକକା ଓ କଂଗ୍ରେସ ସପ୍ତଗିରି ଙ୍କୁ ସେମାନଙ୍କ ଦଳ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ଉଭୟ ଦଳର କର୍ମୀ ଓ ପ୍ରମୁଖଙ୍କ ଠାରୁ ଶୁଣିବାକୁ ମିଳୁଥିଲା ବେଳେ ବିଜେପିର କିଏ ତାହା ସେ କଥା ଚର୍ଚ୍ଚାକୁ ଆସି ନାହିଁ

Comments are closed.