www.samajalive.in
Monday, December 8, 2025
20.1 C
Bhubaneswar

ଝିଅ ଐଶ୍ଵର୍ଯ୍ୟାଙ୍କ ସମ୍ମୁଖରେ ଶିବକୁମାରଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଏବଂ ବେଆଇନ ଅର୍ଥ କାରବାର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଶିବକୁମାରଙ୍କୁ ଗିରଫ କରିଛି। ଏପରି କି ଶିବକୁମାରଙ୍କ ଝିଅ ଐଶ୍ଵର୍ଯ୍ୟାଙ୍କୁ ମାତ୍ର ୨୨ ବର୍ଷ ହୋଇଥିବାବେଳେ ତାଙ୍କ ନାମରେ ୧୦୦ କୋଟି ଟଙ୍କାର ମାଲିକାନା ରହିଥିବା ଜଣାପଡ଼ିଛି। ଏହା ପରେ ଇଡି ଝିଅ ଐଶ୍ଵର୍ଯ୍ୟା ସମ୍ମୁଖରେ ଶିବକୁମାରଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଗୁରୁବାର ଇଡି ଅଧିକାରୀମାନେ ଶିବକୁମାରଙ୍କୁ ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ଆଣିଛନ୍ତି। ସେପଟେ ତାଙ୍କ ଝିଅ ଐଶ୍ଵର୍ଯ୍ୟାଙ୍କୁ ମଧ୍ୟ ଇଡି ସମନ ଜାରି କରିଥିଲା। ସେ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚି ସାରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories