www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ ପାଇଁ ଦଳୀୟ ସଭାପତିଙ୍କୁ ନିର୍ବାଚନ କମିଶନଙ୍କ ଆହ୍ୱାନ

କେନ୍ଦୁଝରଗଡ଼: ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଠାରୁ ୩୦ ଏପ୍ରିଲ ୨୦୨୫ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ(ଇଆରଓ), ଜିଲା ନିର୍ବାଚନ ଅଧିକାରୀ(ଡିଇଓ) କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀସ୍ତରରେ(ସିଇଓ) ଯେକୌଣସି ସମାଧାନ ନ ହୋଇଥିବା ସମସ୍ୟା ପାଇଁ ପରାମର୍ଶ ଆମନ୍ତ୍ରଣ କରିଛନ୍ତି। ଏ ସମ୍ପର୍କରେ ମଙ୍ଗଳବାର ରାଜନୈତିକ ଦଳଗୁଡ଼ିକୁ ଜାରି କରାଯାଇଥିବା ଚିଠିରେ କମିଶନ ପ୍ରତିଷ୍ଠିତ ଆଇନ ଅନୁଯାୟୀ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଉଭୟ ପକ୍ଷର ସୁବିଧାଜନକ ସମୟରେ ଦଳର ସଭାପତି ଏବଂ ଦଳର ବରିଷ୍ଠ ସଦସ୍ୟମାନଙ୍କ ସହିତ ଏକ ଆଲୋଚନା କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି।

ପୂର୍ବରୁ ଗତ ସପ୍ତାହରେ ଭାରତୀୟ ନିର୍ବାଚନ କମିଶନ ଏକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ), ଜିଲା ନିର୍ବାଚନ ଅଧିକାରୀ(ଡିଇଓ) ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ(ଇଆରଓ)ମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ନିୟମିତ ଆଲୋଚନା କରିବା ପରାମର୍ଶକୁ ପୂର୍ବରୁ ଥିବା ଆଇନଗତ ଢାଞ୍ଚା ମଧ୍ୟରେ କଡ଼ାକଡ଼ି ସମାଧାନ କରିବାକୁ ଚଳିତମାସ ୩୧ ତାରିଖସୁଦ୍ଧା କମିଶନଙ୍କ ନିକଟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଶନ ରାଜନୈତିକ ଦଳଗୁଡ଼ିକୁ ବିକେନ୍ଦ୍ରୀତ ସମ୍ପର୍କରେ ଏହି ବ୍ୟବସ୍ଥାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ମଧ୍ୟ ଅନୁରୋଧ କରିଥିଲେ। କମିଶନ ରାଜନୈତିକ ଦଳଗୁଡ଼ିକୁ ଲେଖିଥିବା ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରୁଥିବା ସମ୍ବିଧାନ ଏବଂ ସାମ୍ବିଧାନିକ ଢାଞ୍ଚା ଅନୁଯାୟୀ କମିଶନଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା ୨୮ ହିତାଧିକାରୀଙ୍କ ମଧ୍ୟରୁ ରାଜନୈତିକ ଦଳଗୁଡ଼ିକ ପ୍ରମୁଖ ହିତାଧିକାରୀ। କମିଶନ ରାଜନୈତିକ ଦଳମାନଙ୍କ ପାଖକୁ ପଠାଇଥିବା ଏହି ଚିଠିରେ ଏହି କଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଭାରତର ପ୍ରତିନିଧି ଆଇନ-୧୯୫୦ ଏବଂ ୧୯୫୧, ମତଦାତା ପଞ୍ଜିକରଣ ନିୟମ-୧୯୬୦, ନିର୍ବାଚନ ନିୟମ- ୧୯୬୧, ସୁପ୍ରିମକୋର୍ଟ ଆଦେଶଗୁଡ଼ିକ ଏବଂ ଭାରତ ନିର୍ବାଚନ କମିଶନ ଦ୍ୱାରା ପ୍ରକାଶିତ ନିର୍ଦ୍ଦେଶ, ମାନୁଆଲ ଏବଂ ହ୍ୟାଣ୍ଡବୁକଗୁଡ଼ିକ(ଭାରତୀୟ ନିର୍ବାଚନ କମିଶନ ୱେବସାଇଟରେ ଉପଲବ୍ଧ) ଯାହା ଏକ ବିକେନ୍ଦ୍ରୀକୃତ, ସୁଦୃଢ଼ ଏବଂ ସ୍ୱଚ୍ଛ ଆଇନଗତ ଢାଞ୍ଚା ନିର୍ମାଣ କରିଛି, ଯାହା ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ନିଶ୍ଚିତ କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories