ଜମ୍ମୁ-କାଶ୍ମୀରର କଟରାରେ ଭୂକମ୍ପ ଝଟକା

ଜମ୍ମୁ : ଜମ୍ମୁ-କାଶ୍ମୀରର କଟରାରେ ଆଜି ଭୂକମ୍ପ ଝଟକା ଅନୁଭବ ହୋଇଛି । ଭୋର ୫ଟା ୮ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କଟରା ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡିଛି । ଏଥିରେ କୌଣସି ଧନଜୀବନ ହାନୀ ହୋଇନାହିଁ ବୋଲି ସୂଚନା ମିଳିଛି । ଏକ ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରର ପାହାଡିଆ ଅଞ୍ଚଳରେ ଅନେକ ଥର ଭୂକମ୍ପ ଅନୁଭବ ହୋଇଛି ।

 

Comments are closed.