www.samajalive.in
Monday, December 8, 2025
27.1 C
Bhubaneswar

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସତ୍ୟବାଦୀ ଗସ୍ତ

ସୁଆଣ୍ଡୋ: ଦେଶବ୍ୟାପୀ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଜନ ଆଶୀର୍ବାଦ ଯାତ୍ରା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସତ୍ୟବାଦୀରେ ପହଞ୍ଚିଥିଲେ। ଏହି ଅବସରରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରୁ ସତ୍ୟବାଦୀ ବିଜେପି ସଙ୍ଗଠନ ପକ୍ଷରୁ ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରି ମଟର ସାଇକେଲ ରାଲିରେ ପଞ୍ଚଶଖାଙ୍କ ସମାଧି ସ୍ଥଳକୁ ପାଛୋଟି ନିଆଯାଇଥିଲା। ସେଠାରେ ମନ୍ତ୍ରୀ ମାଲ୍ୟାର୍ପଣ କରି ବକୁଳବନ ପରିଦର୍ଶନ କରିବା ପରେ ସତ୍ୟବାଦୀ ହାଇସ୍କୁଲ ପରିସରରେ ଗୋପବନ୍ଧୁଙ୍କ ଶେଷ ନିଃଶ୍ବାସ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଦ୍ୟାଳୟ ବୁଲି ଦେଖିଥିଲେ। ମନ୍ଦିରରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ। ମନ୍ଦିର ସିଂହଦ୍ଵାର ସମ୍ମୁଖରେ ରହିଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆୟୋଜିତ ସଭାରେ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ସବକା ସାଥ ସବକା ବିକାଶ ଆହ୍ବାନ ତଥା ଜନଆଶୀର୍ବାଦ ଯାତ୍ରାର ତାତ୍ପର୍ଯ୍ୟ ସମ୍ପର୍କରେ ସଭାରେ ଉପସ୍ଥିତ ଜନତାଙ୍କୁ ମନ୍ତ୍ରୀ ଉଦବୋଧନ ଦେଇଥିଲେ। ଏଥିରେ ରାଜ୍ୟ ସଭାପତି ସମିର ମହାନ୍ତିଙ୍କ ସହିତ ଡ. ସମ୍ବିତ ପାତ୍ର କୃଷକ ମୋର୍ଚ୍ଚାର ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ ଓମପ୍ରକାଶ ମିଶ୍ର ଲେଖାଶ୍ରୀ ସାମନ୍ତସିଂହାର ବିଷ୍ଣୁଜୟ ମତଗଜ ସିଂହ ସତ୍ୟବାଦୀ ବିଜେପିର କର୍ମୀମାନେ ଉପସ୍ଥିତ ରହିଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories