www.samajalive.in
Monday, December 8, 2025
27.1 C
Bhubaneswar

ଦ୍ୱିପାକ୍ଷିକ ସମ୍ପର୍କ ଦୃଢ କରିବା ଉଦ୍ଦେଶ୍ୟରେ ୬ ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆଜିଠାରୁ ବାହାରିନ୍‍, ସଂଯୁକ୍ତ ଆରବ ଇମିରେଟ୍‍ ଓ ସେସେଲ୍ସକୁ ୬ ଦିନିଆ ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ଗସ୍ତ କାଳରେ ସେ ସେହିସବୁ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀ ଓ ନେତୃବୃନ୍ଦଙ୍କୁ ସାକ୍ଷାତ୍‍ କରିବେ। ବୈଦେଶିକ ମନ୍ତ୍ରୀ ଭାବେ ବାହାରିନ୍‍ଙ୍କୁ ଏହା ତାଙ୍କର ପ୍ରଥମ ଗସ୍ତ। ବାହାରିନ୍‍ ପ୍ରିନ୍ସ ଖଲିଫା ବିନ୍‍ ସଲମନ ଅଲ୍‍ ଖଲିଫାଙ୍କ ବିୟୋଗରେ ସେ ଭାରତ ସରକାରଙ୍କ ପକ୍ଷରୁ ବାହାରିନ୍‍ ସରକାରଙ୍କୁ ଶୋକବାର୍ତ୍ତା ଜଣାଇବେ। ସେଠାରେ ସେ ବହୁ ଆଞ୍ଚଳିକ ଓ ଆନ୍ତର୍ଜାତିକ ବିଷୟ ଉପରେ ଆଲୋଚନା କରିବେ। ଆସନ୍ତା ୨୫ ଓ ୨୬ ତାରିଖରେ ସେଠାରୁ ସେ ସଂଯୁକ୍ତ ଆରବ ଇମିରେଟ୍‍କୁ ଗସ୍ତ କରିବେ।

ସେଠାରେ ସେ ଶେଖ ଅବଦୁଲ୍ଲା ବିନ୍‍ ଜୟେଦ ଅଲ୍‍ ନାହିୟାଁଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି। ଉଭୟ ନେତା ଦୁଇଦେଶ ମଧ୍ୟରେ ସହଯୋଗକୁ ଆଗେଇନେବା ପାଇଁ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ସଂଯୁକ୍ତ ଆରବ ଇମିରେଟ୍‍ରେ ୩୦ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟ ରହୁଛନ୍ତି। ବୈଦେଶିକ ମନ୍ତ୍ରୀ ତାଙ୍କର ସେସେଲ୍ସ ଗସ୍ତ ସମୟରେ ନବନିର୍ବାଚିତ ରାଷ୍ଟ୍ରପତି ୱାବେଲ୍‍ ରାମକଲାୱାନଙ୍କୁ ସାକ୍ଷାତ୍‍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ବାର୍ତ୍ତା ଜଣାଇବେ। ଏହି ସମୟରେ ବହୁ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories