www.samajalive.in
Tuesday, December 9, 2025
16.1 C
Bhubaneswar

ରାକ୍ଷୀ ବାନ୍ଧିବାକୁ ଆସି ମହାନଦୀରେ ଭାସିଗଲେ ୩ ଭାଇ ଭଉଣୀ

କଳାପଥର/ବାଙ୍କୀ :ଆସନ୍ତାକାଲି ପବିତ୍ର ରକ୍ଷାବନ୍ଧନ ବା ରାକ୍ଷୀ ପୁର୍ଣ୍ଣିମା ଅନୁଷ୍ଠିତ ହେବ। ଏହାକୁ ହିନ୍ଦୁ ଧର୍ମାବଲମ୍ବି ମାନେ ବହୁ ଆଡମ୍ବରରେ ପାଳନ କରିଥାନ୍ତି। ଏହି ଦିନ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧି ଜନ୍ମ ଜନ୍ମାନ୍ତର ପାଇଁ ସୁରକ୍ଷା କବଚର ଆଶା ଲୋଡିଥାନ୍ତି। ଏହି କ୍ରମରେ ସୁଦୁର ଆନ୍ଦ୍ରପ୍ରଦେଶରୁ ଏଠାରେ ଥିବା ନିଜ ଦଦାପୁଅ ଭାଇ ହାତରେ ରାକ୍ଷୀ ବାନ୍ଧିବାପାଇଁ ନିଜ ବାପାଙ୍କ ସହିତ ଉଭୟ ଭାଇ ଭଉଣୀ ଏଠାକୁ ଆସିଥିଲେ। ଆସନ୍ତାକାଲି ଭାଇ ବିଷ୍ଣୁ ରେଡ୍ଡି ହାତରେ ରାକ୍ଷୀ ବାନ୍ଧି ପରିବାରବର୍ଗ ଖୁସି ମନାଇ ପରେ ନିଜ ରାଜ୍ୟ ଆନ୍ଦ୍ରପ୍ରଦେଶ ଚାଲିଯାଇଥାନ୍ତେ। ହେଲେ ଦୃଭାଗ୍ୟ ଯେ, ଉଭୟ ତିନି ଭାଇ ଭଉଣୀଙ୍କ ସହିତ ଦାଦା ମହାନଦୀରେ ଗାଧାଉଥିବାବେଳେ ଅସାବଧାନତା ହେତୁ ନଦୀରେ ଭାସିଯାଇଥିଲେ। ଏଠାରେ ମାଛ ମାରୁଥିବା କେତେକ ଲୋକ ସେମାନଙ୍କ ବିକଳ ଚିତ୍କାର ଶୁଣୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇ ଭଉଣୀଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ବଡ ଭଉଣୀ ଗଭୀର ସ୍ରୋତରେ ନିଖୋଜ ହୋଇଯାଇଥିଲା। ଉଭୟ ମତ୍ସ୍ୟଜିବୀ ଓ ଦମକଳ ବାହିନୀର ସମସ୍ତ ପ୍ରଚେଷ୍ଟା ସତ୍ୱେ ନିଖୋଜ ବଡ ଭଉଣୀକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିପାରିନଥିଲେ। ବହୁ ଖୋଜାଖୋଜି ପରେ ନିଖୋଜଥିବା ବଡଭଉଣୀର ମୃତଦେହ ସ୍ଥାନୀୟ ଡାକବଙ୍ଗଳା ନିକଟରୁ ଉଦ୍ଧାରକରାଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ବାଙ୍କୀ ସୁନାଦେଇ ଘାଟ ନିକଟରେ ଘଟିଥିବା ଜଣାଯାଇଛି। ମିଳିଥିବା ସୁଚନା ଅନୁଯାୟୀ ଆନ୍ଦ୍ରପ୍ରଦେଶର ଜୈନେକ ବ୍ୟକ୍ତି ସୁବାଷ ରେଡ୍ଡି ବାଙ୍କୀ ଚର୍ଚ୍ଚିକା ସାହିରେ ରହି ମୁଢି ବ୍ୟବସାୟ କରନ୍ତି। ଗତ ଦୁଇଦିନ ତଳେ ଗାଁରୁ ତାଙ୍କ ବଡଭାଇଙ୍କ ସହିତ ଦୁଇ ଝିଆରି ଗୁଲୁ ଗୁଲୁରୀ ଲକ୍ଷ୍ମୀ (୧୨) ଓ ବୈଷ୍ଣବ ରେଡ୍ଡି (୧୦) ଏଠାକୁ ଆସିଥିଲେ। ସେମାନେ ଆସନ୍ତାକାଲି ଭାଇ ବିଷ୍ଣୁ ରେଡ୍ଡି (୧୦) ହାତରେ ରାକ୍ଷୀ ବାନ୍ଧିଥାନ୍ତେ। ଆଜି ଅପରାହ୍ନ  ସମୟରେ ଦାଦା ସୁବାଷ ରେଡ୍ଡିଙ୍କ ସହିତ ମୃତ ଗୁଲୁ ଗୁଲୁରୀ ଲକ୍ଷ୍ମୀ,ବୈଷ୍ଣବ ରେଡ୍ଡି ଓ ପୁଅ ବିଷ୍ଣୁ ରେଡ୍ଡି ମହାନଦୀର ସୁନାଦେଇ ନିକଟକୁ ଗାଧେଇବାପାଇଁ ଯାଇଥିଲେ। ଉଭୟେ ୪ ଜଣ ଗାଧୋଉଥିବା ସମୟରେ ଅକଷ୍ମାତ ମହାନଦୀର ପ୍ରଖର ସ୍ରୋତରେ ଉଭୟ ୩ ଭାଇ/ଭଉଣୀ ଭାସି ଯାଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତଥିବା ଦାଦା ସୁବାସ ରେଡ୍ଡି ବିକଳହୋଇ ଡାକ ଛାଡିଥିଲେ। ଏହା ଶୁଣୀବାପରେ ଦୂରରେ ମାଛ ମାରୁଥିବା କେତେଜଣ ମତ୍ସ୍ୟଜୀବି ତୁରନ୍ତ ପହଞ୍ଚି ଭାଇ ଭଉଣୀଙ୍କୁ ଉଦ୍ଧାର କରିଥିବାବେଳେ ବଡଭଉଣୀ ଗୁଲୁ ଗୁଲୁରୀ ଲକ୍ଷ୍ମୀର ପତ୍ତା ପାଇନଥିଲେ। ପରେ ବାଙ୍କୀ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀର କର୍ମ୍ମଚାରୀମାନେ ବହୁ ଖୋଜାଖୋଜି ପରେ ଅପରାହ୍ନ ପ୍ରାୟ ୪ ଟା ବେଳକୁ ନିଖୋଜଥିବା ବଡଭଉଣୀର ମୃତଦେହ ସ୍ଥାନୀତ ପୁର୍ତ୍ତବିଭାଗ ଡାକବଙ୍ଗଳା ନିକଟରୁ ମିଳିଥିଲା। ବାଙ୍କୀ ମେଡିକାଲରେ ଶବ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories