www.samajalive.in
Monday, December 8, 2025
27.1 C
Bhubaneswar

ଡ୍ରୋନ୍‍ ମହୋତ୍ସବ-୨୦୨୨ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ଆସନ୍ତାକାଲି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହେବାକୁ ଥିବା ଭାରତର ସର୍ବବୃହତ ଡ୍ରୋନ୍‍ ମହୋତ୍ସବ ‘ଭାରତ ଡ୍ରୋନ୍‍ ମହୋତ୍ସବ-୨୦୨୨’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କିଷାନ ଡ୍ରୋନ୍‍ ପାଇଲଟ୍‍ମାନଙ୍କ ସହ ଆଲୋଚନା କରିବେ। ସେ ମଧ୍ୟ ଡ୍ରୋନ୍‍ଗୁଡ଼ିକର କାର୍ଯ୍ୟଶୈଳୀ ଦେଖିବେ ଓ ଷ୍ଟାର୍ଟ-ଅପ୍‍ଗୁଡ଼ିକ ସହ ଆଲୋଚନା କରିବେ। ଏହି ଦୁଇ ଦିନିଆ ଭାରତ ଡ୍ରୋନ୍‍ ମହୋତ୍ସବରେ ୧୬୦୦ ପ୍ରତିନିଧି ଅଂଶ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ବହୁ ଉଦ୍ୟୋଗପତି, ସରକାରୀ ଅଫିସର, ବିଦେଶୀ କୁଟନୀତିଜ୍ଞ, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ପ୍ରତିନିଧି ଓ ଡ୍ରୋନ୍‍ ଷ୍ଟାର୍ଟ-ଅପ୍‍ ଅଛନ୍ତି।

ଏଥିରେ ୭୦ରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ସେମାନଙ୍କର ଡ୍ରୋନ୍‍ଗୁଡ଼ିକର ପ୍ରଦର୍ଶନ କରିବେ। ମହୋତ୍ସବରେ ଭର୍ଚୁଆଲ୍‍ ମାଧ୍ୟମରେ ପୁରସ୍କାର ବିତରଣ କରାଯିବ। ଏଥିରେ ଡ୍ରୋନ୍‍ ପାଇଲଟ୍‍ ସାର୍ଟିଫିକେଟ୍‍ ପ୍ରଦାନ, ନୂଆ ଡ୍ରୋନ୍‍ର ଶୁଭାରମ୍ଭ, ଡ୍ରୋନ୍‍ ଉଡ଼ାଣ ପ୍ରଦର୍ଶନ ଓ ମେଡ୍‍ ଇନ୍‍ ଇଣ୍ଡିଆ ଡ୍ରୋନ୍‍ ଟ୍ୟାକ୍ସିର ପ୍ରଦର୍ଶନ ସମେତ ଅନେକ କାର୍ଯ୍ୟକ୍ରମ ରହିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories