www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ୱପ୍ନଶାସ୍ତ୍ର ଅନୁଯାୟୀ ପୂର୍ବପୁରୁଷ ସ୍ୱପ୍ନରେ ଦେଇଥାଆନ୍ତି ଏହି ସଙ୍କେତ

ସ୍ୱପ୍ନକୁ ଆମ ଜୀବନର ଏକ ଅଂଶ ବୋଲି କୁହାଯାଏ। ଲୋକେ ରାତିରେ ଶୋଇବା ସମୟରେ ଅଧିକାଂଶ ସ୍ୱପ୍ନ ଦେଖିଥାଆନ୍ତି। ସ୍ୱପ୍ନ ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର ଅର୍ଥ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା ଦ୍ୱାରା ବ୍ୟକ୍ତିଙ୍କ ଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ଏଭଳି ମଧ୍ୟ କୁହାଯାଏ ସ୍ୱପ୍ନ ଦ୍ୱାରା ଭବିଷ୍ୟତରେ ଆସୁଥିବା ସମସ୍ୟା ବିଷୟରେ ମଧ୍ୟ ଅନୁମାନ କରି ହୁଏ ବୋଲି କୁହାଯାଏ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ପିତୃପୁରୁଷଙ୍କ ଦେଖିବା କିଛି ସ୍ୱତନ୍ତ୍ର ଅର୍ଥ ରହିଛି। ଜାଣନ୍ତୁ….
– ଯଦି ଆପଣ ସ୍ୱପ୍ନରେ ଆପଣଙ୍କ ପିତୃପୁରୁଷଙ୍କୁ ହସୁଥିବାର ଦେଖୁଛନ୍ତି, ତେବେ ଜାଣିବେ ଏହାର ଅର୍ଥ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ। ପୂର୍ବପୁରୁଷଙ୍କ କୃପା ଆପଣଙ୍କ ଉପରେ ରହିବା ସହ ସୁଖସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ। ଆପଣଙ୍କ ଉପରେ ସେ ପ୍ରସନ୍ନ ରହିଛନ୍ତି ବୋଲି କୁହାଯାଏ।
– ସ୍ୱପ୍ନରେ ଯଦି ପୂର୍ବପୁରୁଷ ଆପଣଙ୍କ ସହ କଥା ହେଉଥିବାର ଦେଖୁଛନ୍ତି , ତେବେ ଏହାର ଅର୍ଥ ସେ ଆପଣଙ୍କ ଭବିଷ୍ୟତରେ ଘଟିବାକୁ ଯାଉଥିବା କିଛି ଘଟଣା ବିଷୟରେ ଆପଣଙ୍କୁ ଅବଗତ କରିବା ସହ ଏଥିରୁ ରକ୍ଷା ପାଇବାକୁ ପୂର୍ବ ସୂଚନା ଦେଉଛନ୍ତି।
– ସ୍ୱପ୍ନରେ ଯଦି ପୂର୍ବପୁରୁଷ ଆପଣଙ୍କ ଉପରେ କ୍ରୋଧ କରିବା ଦେଖୁଛନ୍ତି ; ତେବେ ଏହାର ଅର୍ଥ ସେ ଆପଣଙ୍କ ଉପରେ ପ୍ରସନ୍ନ ନାହାନ୍ତି। ଯେଉଁ ଘରେ ପିତୃଦୋଷ ଥାଏ ସେହି ଘରେ ଏଭଳି ସ୍ୱପ୍ନ ଅଧିକ ଆସିଥାଏ ବୋଲି ମଧ୍ୟ କୁହାଯାଏ।
– ସ୍ୱପ୍ନରେ ପୂର୍ବପୁରୁଷ ଯଦି ଆପଣଙ୍କ ମୁଣ୍ଡର କେଶକୁ ସଜାଜୁଛନ୍ତି ଅଥବା କେଶ ସହ ଜଡ଼ିତ କୌଣସି କାର୍ଯ୍ୟ ଦେଖୁଛନ୍ତି ତେବେ ଏହାର ଅର୍ଥ ତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ଏହାସହ ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
– ସପ୍ନରେ ଯଦି ଆପଣ ପୂର୍ବପୁରୁଷଙ୍କୁ ମିଠା ବାଣ୍ଟୁ ଥିବା , ମିଠା ଖାଉଥିବା କିମ୍ବା ଆପଣଙ୍କୁ ମିଠା ଖୁଆଉଥିବା ଦେଖିଲେ, ତେବେ ଏହା ମାଙ୍ଗଳିକ ଓ ଶୁଭ କାର୍ଯ୍ୟର ସୂଚନା ଦେଇଥାଏ ଅଥବା ଆଣିଥାଏ। ବିଶେଷ କରି ଘରେ ବିବାହ ଓ ସନ୍ତାନ ଆସିବା ପୂର୍ବରୁ ଏଭଳି ସ୍ୱପ୍ନ ଦେଖାଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories