www.samajalive.in
Tuesday, December 9, 2025
16.1 C
Bhubaneswar

ବିଭିନ୍ନ ମନ୍ଦିର ବୁଲି ଆଶୀର୍ବାଦ ନେଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ବୁଲି ଆଶୀର୍ବାଦ ନେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ମନ୍ଦିର ବୁଲି ଦେବାଦେବୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସର ଦ୍ରୌପଦୀ ଓଳାଉଥିବା ଦେଖିବାକୁ ମିଳିଛନ୍ତି । ଦ୍ରୌପଦୀଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ କରିଥିବାରୁ ସାରା ରାଜ୍ୟରେ ଖିସିର ମାହୋଲ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ଖୁସି ବ୍ୟକ୍ତ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ୍‌ କରିଥିବା ବେଳେ ଦେଶର ସର୍ବୋଚ୍ଚ ପଦ ପାଇଁ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏ ବିଷୟ ଜଣାଇବା ବେଳେ ସେ ଖୁବ୍‌ ଆନନ୍ଦ ପ୍ରକାଶ କରିଥିଲେ । ଓଡ଼ିଶାର ଜନସାଧାରଣଙ୍କ ପାଇଁ ବାସ୍ତବରେ ଏହା ସବୁଠୁ ଗର୍ବର ସମୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେପଟେ ପ୍ରାଥୀ ଘୋଷରା ପରେ ନିଜେ ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି  ଦୀର୍ଘ ଦିନ ହେଲା ମୁଁ ରାଜନୀତିଠାରୁ ଦୂରରେ ରହିଛି, ଦେଶ ପାଇଁ କାମ କରିବାର ଅଛି। ସମ୍ବିଧାନର ସମସ୍ତ ନୀତିନିୟମ ପାଳନ କରିବି। ରାଷ୍ଟ୍ରପତିଙ୍କ ପାଇଁ ଯାହା ବ୍ୟବସ୍ଥା ରହିଛି ତାହା ସୂଚାରୁରୂପେ ସମ୍ପାଦନ କରିବି। ଦେଶର ଉନ୍ନତି ଓ ବିକାଶ ପାଇଁ ସବୁବେଳେ ପ୍ରୟାସ ଜାରି ରଖିବି। ରାଜ୍ୟପାଳ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ଚେଷ୍ଟା କରିବି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories