ଭୁବନେଶ୍ବର : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ। ଦୋଳ ବିମାନରେ ବିଜେ କରିଛନ୍ତି ଦୋଳଗୋବିନ୍ଦ। ଗାଁରୁ ସହର ଚାରିଆଡେ ଉତ୍ସବ ତଥା ଆଧ୍ୟାତ୍ମିକ ପରିବେଶ। ଫାଲ୍ଗୁନ ଶୁକ୍ଳପକ୍ଷ ଦଶମୀରୁ ଓଡ଼ିଶାରେ ଦୋଳ ପାର୍ବଣ ଆରମ୍ଭ ହୋଇଥାଏ। ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଦୋଳଗୋବିନ୍ଦଙ୍କୁ ବିମାନରେ ବସାଇ ଘରକୁ ଘର ବୁଲାଯାଏ। ଠାକୁର ସମସ୍ତଙ୍କ ଘରେ ଭୋଗ ଖାଆନ୍ତି।
ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିମତେ ଶ୍ରୀଜୀଉମାନେ ଆଜି ରାଜାଧିରାଜ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସକାଳ ୮ଟା ଠାରୁ ସାଢେ ୯ଟା
ଭିତରେ ମହାପ୍ରଭୁ ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି। ରାତି ପ୍ରାୟ ସାଢେ ୧୦ଟା ପର୍ଯ୍ୟନ୍ତ ଏହି ଦର୍ଶନ ମିଳିପାରିବ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।



