www.samajalive.in
Sunday, December 7, 2025
13.1 C
Bhubaneswar

ଦୁର୍ଗମ ଗାଁରେ ବୌଦ୍ଧ ଜିଲା ପ୍ରଶାସନ: ଗଛତଳେ ବସି ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

ହରଭଙ୍ଗା: ସମୟ ବଦଳିଛି । ଗୁହାରୀ ପାଇଁ ଦିନେ ଘାଟି ପାହାଡ ରାସ୍ତା ଅତିକ୍ରମ କରି ଦୁର୍ଗମବାସୀ ବହୁ କଷ୍ଟରେ ଜିଲାପାଳଙ୍କ ପାଖରେ ପହଞ୍ଚୁଥିଲେ। ଆଜି ଜିଲା ପ୍ରଶାସନ ଘାଟି, ପାହାଡ ରାସ୍ତାରେ ଯାଇ ଦୁର୍ଗମବାସୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ ଦୁଃଖ ବୁଝିଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲା ପ୍ରଶାସନର ଗାଁକୁ ଚାଲ ଅଭିଯାନରେ ରବିବାର ବୌଦ୍ଧ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ୩୦ଜଣିଆ ପ୍ରଶାସନିକ ଟିମ ପାହାଡିଆ ଦୁର୍ଗମ ରାସ୍ତାରେ ପାଖାପାଖି ୪କିଲୋମିଟର ଚାଲି ଚାଲି ୮ଶହ ଫୁଟ ଉଚ୍ଚରେ ଥିବା ଦୁର୍ଗମ ଗାଁ ସବେରୀରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ।

ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତର ୧୨ନମ୍ବର ଓାର୍ଡ ଅର୍ନ୍ତଗତ ପୋଡହଳ ସଂରକ୍ଷିତ ଜଙ୍ଗଲର ୩/୪ଟି ଘାଟି ଉପରେ ଅବସ୍ଥିତ ଦୁର୍ଗମ ଗାଁ ସବେରୀରେ ଜିଲାପାଳଙ୍କ ସହିତ ପ୍ରଶାସନିକ ଟିମ ପହଞ୍ଚିଥିଲା।ଜିଲାପାଳଙ୍କୁ ପାଖରେ ପାଇ ଦୁର୍ଗମବାସୀ ଖୁସିରେ ଆତ୍ମହରା ହୋଇପଡିଥିଲେ। ଗ୍ରାମବାସୀ ପ୍ରଶାସନିକ ଟିମକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଗଛତଳେ କଳାପଲିଥିନ ଟଣା ପାଲତଳେ ବସି ଗାଁ ଲୋକଙ୍କ ସମସ୍ୟ ଗୋଟି ଗୋଟି କରି ଜିଲାପାଳ ସୁବ୍ରତ କୁମାର ପଣ୍ଡା ବୁଝିଥିଲେ।

- Advertisement -

ରାସ୍ତା, ପାନୀୟଜଳ, ବିଦ୍ୟୁତ୍‌, ଶିକ୍ଷା ଭଳି ସର୍ବନିମ୍ନ ମୌଳିକ ସୁବିଧାରୁ ଆଦିମ ଅଧିବାସୀ ବଞ୍ଚିତ ହେଉଥିବା ଜିଲାପାଳ ସୁବ୍ରତ କୁମାର ପଣ୍ଡା ଜାଣିବାକୁ ପାଇଥିଲେ। ଗାଁରେ ପୋଖରୀ କି କୌଣସି ପ୍ରାକୃତିକ ଜଳ ଉତ୍ସ ନଥିବାରୁ ମଣିଷ /ପଶୁ ଗୋଟିଏ କୂଅରୁ ଶୋଷମେଣ୍ଟାଉଥିବା କଥା ଗାଁ ଲୋକଙ୍କ ପାଖରୁ ଶୁଣି ଜିଲାପାଳ ସଙ୍ଗେ ସଙ୍ଗେ ଗାଁରେ ତତ୍କାଳ ୩ଟି କୂଅ ଖନନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରେ ୧୩ଲକ୍ଷ ୭୦ ହଜାର ଟଙ୍କା ଅନୁମୋଦନ ହୋଇଥିବା ଗ୍ରାମବାସୀଙ୍କୁ ଜିଲାପାଳ ଜଣାଇଥିଲେ।

ଗାଁରେ ସ୍ୱୟଂସହାୟକ ଦଳ ଗଠନ କରି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହା ସହିତ ସ୍ୱାବଲମ୍ବୀ ହେବା ପାଇଁ ଅଷ୍ଟମ/ଦଶମ ଶ୍ରେଣୀ ପାଠପଢି ଘରେ ରହିଥିବା ଯୁବକ ଯୁବତୀଙ୍କୁ ସିଲେଇ, ମୋବାଇଲ ମରାମତି ଭଳି ମାଗଣା ତାଲିମ ସହିତ ରୋଜଗାରକ୍ଷମ ହେବାକୁ ଆହ୍ୱାନ ଦେଇଥିଲେ।

ମାଣ୍ଡିଆ, ସୋରିଷ ଇତ୍ୟାଦି ଚାଷ କରି  ଲାଭବାନ ହେବାକୁ କୃଷି ଅଧିକାରୀ ଗାଁ ଲୋକଙ୍କୁ ବୁଝାଇଥିଲେ। ବନ ସୁରକ୍ଷା ସମିତିରେ ସାମିଲ ହେବାକୁ ଜିଲାପାଳ ଗାଁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ସୁଭଦ୍ରା ଯୋଜନାରେ ସରକାରୀ ସହାୟତା କଥା ପଚାରିବୁଝିବା ସହିତ ଗୌତମ ମଲ୍ଲିକ ଭଳି ଜଣେ ହିତାଧିକାରୀଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ। ଏହା ସହିତ ଜିଲାପାଳ ସମସ୍ତଙ୍କୁ ଚକୋଲେଟ ଓ ବିସ୍କୁଟ ଦେବା ଦେଇଥିଲେ  ଏବଂ  ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିଥିଲେ।

ଏହି ଅବସରରେ ଆୟୋଜିତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିରରେ ପ୍ରତ୍ୟେକ ଶିଶୁ ଠାରୁ ବୃଦ୍ଧ-ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ଚିକିତ୍ସା କରାଯାଇ ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ଏହାପରେ ବାଲେଜୁ, ଆଡାପାଜୁ, ମାଣ୍ଡାଲି, ର-ସାହି, ଛତ୍ରପଡା ଭଳି ୫ଟି ଗାଁ ଲୋକଙ୍କ ସମସ୍ୟା ବୁଝିବା ସହିତ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ। ବେଡି ମଲ୍ଲିକ (୪୫) ଭଳି ଜଣେ ଅବିବାହିତ ଆଦିବାସୀ ମହିଳାଙ୍କୁ ଭତ୍ତା ପ୍ରଦାନ କରିଥିଲେ।

ସେଠାରେ ଲୋକଙ୍କ ସମସ୍ୟା ବୁଝିବା ପରେ ପାଖାପାଖି ୪ କିଲୋମିଟର ଘାଟି /ପାହାଡ ରାସ୍ତାରେ ଚାଲି ଚାଲି ଲେଙ୍ଗେରପାଜୁରେ ପଂହଚି ସେଠାକାର ଅଧିବାସୀଙ୍କ ସମସ୍ୟା ବୁଝିଥିଲେ । ସେଠାରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ବୁଝାଇଥିଲେ। ବିଶେଷକରି ସ୍ୱୟଂସହାୟକ ଦଳକୁ ସ୍ୱାବଲମ୍ବୀ ହେବାକୁ ଆହ୍ୱାନ ଦେଇଥିଲେ। ଧାନ ଚାଷ ସହିତ ଛେଳି, ଗାଈ, କୁକୁଡା ଚାଷ କରିବାକୁ ଲୋକଙ୍କୁ ବୁଝାଇଥିଲେ। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ବନଖଣ୍ଡ ଅଧିକାରୀ ଦୁର୍ଗମବାସୀଙ୍କ ସହଯୋଗ କାମନା କରିଥିଲେ।

ବୌଦ୍ଧ ଜିଲା ପ୍ରଶାସନ କାର୍ଯ୍ୟକ୍ରମରେ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସହିତ ଅତିରିକ୍ତ ଜିଲାପାଳ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ, ହରଭଙ୍ଗା ବିଡିଓ ଶରତ କୁମାର ସେଠୀ, ହରଭଙ୍ଗା ତହସିଲଦାର ବିଭୁପ୍ରସାଦ ସିଂ, ହରଭଙ୍ଗା ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ, ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ବୀରେନ୍ଦ୍ର ପୃଷ୍ଟି, ମାଧପୁର ରଞ୍ଜ ଅଫିସର ଆଶିକ କୁମାର ଦିଗାଲ, ବନପାଳ ସୁନୀଲ କ୍ଷେତି, ଭକ୍ତ ମଲ୍ଲିକ, ଏପିଓ ହେମନ୍ତ ପ୍ରଧାନ, ବିଏସଏସଓ ଅବିନାଶ ପ୍ରଧାନ, ଶୁଶିଲ ଦେହୁରୀ, ପିଇଓ ଦିଲ୍ଲିପ ମଲ୍ଲିକ, ଟିବି ସୁପରଫାଇଜର ହିମାଂଶୁ ଶେଖର ମଲ୍ଲିକ, ଏମ/ପିଏସ ରବିନ ପ୍ରଧାନ, ହେଲଥ ଓାର୍କର ଈଶ୍ୱର ବେହେରା, ଫାର୍ମାସିଷ୍ଟ ରାଜେନ୍ଦ୍ର ପ୍ରଧାନ, ଏମଏଚୟୁ ରବିନ୍ଦ୍ର କୁମାର ସ୍ୱାଇଁ, ବୀରେନ୍ଦ୍ର କହଁର ପ୍ରମୁଖ ସାମିଲ ହୋଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories