www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀ ପରେ ଆନ୍ଧ୍ର ‘ଶୀଶମହଲ’କୁ ନେଇ ବିବାଦ, ଖର୍ଚ୍ଚ ହୋଇଛି ୫୦୦ କୋଟି

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ନିର୍ବାଚନ ପୂର୍ବରୁ ରାଜଧାନୀରେ ଥିବା ‘ଶୀଶମହଲ’କୁ ନେଇ ବହୁ ଚର୍ଚ୍ଚା ହୋଇଥିଲା। ନିର୍ବାଚନରେ ବିଜେପି ଆମ ଆଦମୀ ପାର୍ଟି(ଆପ) ବିରୋଧରେ ଏହି ପ୍ରସଙ୍ଗକୁ ନେଇ ପ୍ରଚାରକୁ ଜୋରଦାର କରିଥିଲା। ସେହିପରି ଅନ୍ୟ ଏକ ‘ଶୀଶମହଲ’ ଏବେ ଆନ୍ଧପ୍ରଦେଶରେ ଚର୍ଚ୍ଚାର କାରଣ ପାଲଟିଛି। ଏହି ବିଳାସପୂର୍ଣ୍ଣ ବଙ୍ଗଳା ୧୦ ଏକର ଜାଗାରେ ନିର୍ମାଣ ହୋଇଛି। ଏହି ବଙ୍ଗଳାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ସୁନା ସହିତ ଇଟାଲୀର ମାର୍ବଲ ପଥର ବ୍ୟବହାର କରାଯାଇଛି।

ବିଶାଖାପାଟଣାରେ ନିର୍ମିତ ଏହି ବିଶାଳ ବଙ୍ଗଳା ରଶିକୋଣ୍ଡା ପ୍ୟାଲେସ ନାମରେ ପରିଚିତ। ଏହି ଶୀଶମହଲ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କର, ଯାହାକୁ ସେ ନିଜର କାର୍ଯ୍ୟାଳୟ ଏବଂ ବାସଭବନ ରୂପେ ବ୍ୟବହାର କରୁଥିଲେ। ଏହି ବଙ୍ଗଳା ନିକଟରେ ୧୦୦ କେଭିର ବିଦ୍ୟୁତ ଷ୍ଟେଶନ ବି ନିର୍ମାଣ ହୋଇଛି। ବଙ୍ଗଳା ତିଆରିରେ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ତେବେ ଏହାର ନିର୍ମାଣ କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହାର ନିର୍ମାଣରେ ସିଆରଜେଡ(କୋଷ୍ଟାଲ ରେଗୁଲେଶନ ଜୋନ)ର ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ରୁଷିକୋଣ୍ଡା ପାହାଡ଼ର ଅର୍ଦ୍ଧାଧିକ ଅଂଶକୁ କାଟି ଦିଆଯାଇଛି, ଯାହାଦ୍ବାରା ସେଠାକାର ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି। ସରକାରୀ ତଥ୍ୟ ଅନୁସାରେ, କେନ୍ଦ୍ର ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ୨୦୨୧ ମେ ୧୯ରେ ଏଠାରେ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ନିର୍ମାଣ ଲାଗି ଅନୁମତି ଦେଇଥିଲା। କିନ୍ତୁ ଜଗନ ମୋହନଙ୍କ ସରକାର ସମସ୍ତ ଆଇନକୁ ଉଲ୍ଲଂଘନ କରି ବଙ୍ଗଳା ତିଆରି କରିଛନ୍ତି ବୋଲି ଅଭିଯୋଗ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories