www.samajalive.in
Monday, December 8, 2025
27.1 C
Bhubaneswar

ଜିଲ୍ଲା ଦୌରା ଜଜଙ୍କ ତେଲକୋଇ ଗସ୍ତ

ତେଲକୋଇ : ତେଲକୋଇ ବ୍ଲକ ମୁଖ୍ୟାଳୟ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ(ଜେଏମ୍ଏଫସି) ସ୍ଥାପନ ନିମନ୍ତେ ଜିଲ୍ଲା ଦୌରା ଜଜ ବେଣୁଧର ପାତ୍ର ତେଲକୋଇ ଗସ୍ତ କରି ସମୀକ୍ଷା କରିଛନ୍ତି। ତେଲକୋଇ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିବାପରେ ଜଜଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇ ବିଡ଼ିଓଙ୍କ ପ୍ରକୋଷ୍ଠରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ସ୍ଥାପନ କରିବା ଉପରେ ଆଲୋଚନା କରାଯାଇଥିଲା। ପରେ ଜିଲ୍ଲା ଜଜ କୋର୍ଟ ଚାଲିବା ପାଇଁ ଆବଶ୍ୟକୀୟ ଗୃହକୁ ବୁଲି ଦେଖିଥିଲେ।ଏହା ପରେ ଭବିଷ୍ୟତରେ ନୂତନ କୋର୍ଟ ନିର୍ମାଣ କରାଯିବା ସ୍ଥାନକୁ ପରିଦର୍ଶନ କରିଥିଲେ। ତୁରନ୍ତ କୋର୍ଟ ସ୍ଥାପନ କରାଯିବା ପାଇଁ ତେଲକୋଇ ଅଞ୍ଚଳର ବୁଦ୍ଧିଜୀବୀ ତଥା ଜନସାଧାରଣ ନିବେଦନ କରିଥିଲେ। ଆଲୋଚନାରେ ସ୍ଥାନୀୟ ବିଡ଼ିଓ ଦିଲ୍ଲୀପ କୁମାର ବାଡ଼ା, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଥାନା ଅଧିକାରୀ ଅମିତାଭ ଦାସ, ଜିଲ୍ଲା ପରିଷଦ ସଭ୍ୟ ବିନୟ କୁମାର ସାହୁ, ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ କୁମାର ବିଶ୍ବାଳ, ରଜତ ବାରିକ, ବ୍ଲକ  ବିଜେଡି ଯୁବ ସଭାପତି ନୀଳମଣି ଦେହୁରୀ, ପ୍ରଗତିଶୀଳ ନାଗରିକ ମଞ୍ଚର କର୍ମକର୍ତ୍ତା, ଆଇନଜୀବୀ ଜମେଶ୍ୱର ପ୍ରଧାନ, ନାରାୟଣ ପ୍ରଧାନ, ଅନିଲ ପ୍ରଧାନ,ସମେତ ତେଲକୋଇର ବୁଦ୍ଧିଜୀବୀ ବାବୁଲାଲ ପ୍ରଧାନ, ଇନ୍ଦ୍ରମଣୀ ବିଶ୍ଵାଳ ଏବଂ ଲକ୍ଷ୍ମୀଧର ପ୍ରଧାନ ସାମିଲ ହୋଇଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories