www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରାଜେଡି କିଙ୍ଗ ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି, ୨/୩ ପରେ ସୁସ୍ଥ ହୋଇ ଘରକୁ ଯାଇପାରିବେ

ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ। ମୁମ୍ବାଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି। ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବଇର ହିନ୍ଦୁଜା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କୁ ହିନ୍ଦୁଜା ହସପିଟାଲର ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି ବୋଲି ପତ୍ନୀ ସାଇରା ବାନୁ ସୂଚନା ଦେଇଛନ୍ତି।
ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାର ଛାତିରେ ଯନ୍ତ୍ରଣା ସହିତ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଜି ସକାଳେ ଚିକିତ୍ସା ପାଇଁ ମୁମ୍ବଇର ହିନ୍ଦୁଜା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାର୍ଡିଓଲୋଜିଷ୍ଟ ଡା.ନୀତିନ ଗୋଖଲେ ଏବଂ ପଲ୍‌ମୋନୋଲୋଜିଷ୍ଟ ଡା. ଜାଲିଲ ପର୍କାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅଭିନେତା ଦିଲ୍ଲୀପ କୁମାରଙ୍କ ଚିକିତ୍ସା ଜାରି ରହିଛି। ଦିଲ୍ଲୀପ କୁମାରଙ୍କୁ ଅକ୍ସିଜେନ ଲଗାଯାଇ ଚିକିତ୍ସା ଚାଲିଥିବାବେଳେ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି। ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିଛି। ୨/୩ଦିନ ପରେ ଦିଲ୍ଲୀପ କୁମାର ସୁସ୍ଥ ହୋଇ ଘରକୁ ଯାଇପାରିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ଜାତୀୟ କଂଗ୍ରେସ ପାର୍ଟି (ଏନ୍‌ସିପି)ମୁଖ୍ୟ ଶରଦ ପାୱାର ହସ୍‌ପିଟାଲକୁ ଯାଇ ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories