ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଅଞ୍ଚଳର ଦୁଇଟି ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣା ଘଟିଛି । ମୌଲାଭଣଜା ବ୍ରିଜ୍ ନିକଟରେ ତଳକୁ ଖସି ପଡିଲା ବାଇକ୍ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଧରମପୁର ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପୁଲିସ ପହଞ୍ଚି ତଦନ୍ତ କରୁଛି ।



