www.samajalive.in
Monday, December 8, 2025
20.1 C
Bhubaneswar

ଜାତିସଂଘ ସୁରକ୍ଷା ପରିଷଦକୁ ପ୍ରବର୍ତ୍ତାଇବା ସହଜ ନୁହେଁ – ପାକିସ୍ତାନ ଗଣମାଧ୍ୟମ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ନିରାପତ୍ତା ପରିଷଦରେ ଭାରତକୁ ଅପଦସ୍ତ କରିବାଲାଗି ପାକିସ୍ତାନର ବିଫଳତା ସଂକ୍ରାନ୍ତରେ ସେ ଦେଶର ‘ଡନ୍‍’ ସମ୍ବାଦପତ୍ର କହିଛି, ନିରାପତ୍ତା ପରିଷଦରେ ବର୍ତ୍ତମାନ ଯେଉଁମାନେ ସଦସ୍ୟ ରହିଛନ୍ତି, ସେମାନେ ଜମ୍ମୁ-କାଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ସଂକ୍ରାନ୍ତ ନିଷ୍ପତ୍ତି ଉପରେ ଆଲୋଚନାବେଳେ ପାକିସ୍ତାନକୁ ସମର୍ଥନ କରି ନ ଥିବା ଜଣାପଡ଼ିଛି। ଜାତିସଂଘ ସଦର କାର୍ଯ୍ୟାଳୟରୁ ସେହି ସମ୍ବାଦପତ୍ରର ସାମ୍ବାଦିକ ଜଣାଇଛନ୍ତି, କେବଳ ପାକିସ୍ତାନକୁ ଚୀନ୍‍ ଖୋଲାଖୋଲି ଭାବେ ସମର୍ଥନ ଜଣାଇଛି ଏବଂ ବ୍ରିଟେନ୍‍, ଫ୍ରାନ୍‍ସ, ରୁଷ ଓ ଆମେରିକା ଆଦି ୪ଟିଯାକ ସ୍ଥାୟୀ ସଦସ୍ୟ ରାଷ୍ଟ୍ର କାଶ୍ମୀର ବିବାଦକୁ ଆପୋଷ କଥାବାର୍ତ୍ତା ଜରିଆରେ ସମାଧାନ କରିବାକୁ ସମର୍ଥନ କରିଛନ୍ତି।

ଏହି ସମ୍ବାଦପତ୍ରରେ କୁହାଯାଇଛି, ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ୨ ବର୍ଷ ପାଇଁ ନିର୍ବାଚିତ ୧୦ ଜଣ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କୁ ଚୀନ୍‍ ସହଜରେ ପ୍ରବର୍ତ୍ତାଇ ପାରିବ ନାହିଁ ବୋଲି କୁହାଯାଇଛି। ତେଣେ ପାକିସ୍ତାନରୁ ପ୍ରକାଶିତ ଅନ୍ୟତମ ସମ୍ବାଦପତ୍ର ‘ନ୍ୟୁଜ୍‍ ଇଣ୍ଟର୍‍ନ୍ୟାସନାଲ୍‍’ କହିଛି, ଇସ୍‍ଲାମିକ୍‍ ସହଯୋଗ ସଙ୍ଗଠନ ଓ.ଆଇ.ସି. ଓ ମୁସଲ୍‍ମାନ ଦେଶଗୁଡ଼ିକ ପକ୍ଷରୁ ପାକିସ୍ତାନ ପ୍ରତି ବ୍ୟକ୍ତିଗତ ସମର୍ଥନ ସେତେଟା ଶକ୍ତିଶାଳୀ ନୁହେଁ ବୋଲି ବିଶ୍ୱାସ କରାଯାଉଛି। ଇସ୍‍ଲାମିକ ସହଯୋଗ ସଙ୍ଗଠନ ସଦସ୍ୟ ରାଷ୍ଟ୍ର ଗୁଡ଼ିକ ସହ ଭାରତର ମଜବୁତ୍‍ ବ୍ୟାବସାୟିକ ଓ ବାଣିଜ୍ୟିକ ସମ୍ପର୍କ ରହିଥିବାରୁ ପାକିସ୍ତାନ ପ୍ରତି ସେମାନେ ସମର୍ଥନ ଜଣାଇବା ଏତେଟା ସହଜ ନୁହେଁ ବୋଲି ଅନୁମାନ କରାଯାଉଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories