www.samajalive.in
Monday, December 8, 2025
27.1 C
Bhubaneswar

ଧର୍ମଶାଳା ନାବାଳିକା ଅପହରଣ ଓ ନିର୍ୟ୍ୟାତନା ଘଟଣାରେ ଆଉ ୪ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲା ଧର୍ମଶାଳା ନାବାଳିକା ଅପହରଣ ଓ ନିର୍ୟ୍ୟାତନା ଘଟଣାରେ ଆଜି ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧର୍ମଶାଳା ପୁଲିସ। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ଅଭିଯୁକ୍ତ ଦିବ୍ୟ ନାରାୟଣ ସାମଲଙ୍କ ଭିଣେଇ ସନ୍ତୋଷ ବାରିକ। ସନ୍ତୋଷ ନିଜେ ଧର୍ମଶାଳା ଥାନାରେ କନେଷ୍ଟବଳ ଅଛନ୍ତି। ସନ୍ତୋଷଙ୍କ ସମେତ ଅଭିଯୁକ୍ତଙ୍କ ର ଜଣେ ମାଉସୀ ଏବଂ ଦୁଇ ସାଙ୍ଗକୁ ପୁଲିସ ଗିରଫ କରିଛି। ନାବାଳିକାଙ୍କୁ ଅପହରଣ କରିବାରେ ସହଯୋଗ କରିବା ସହିତ ଷଡଯନ୍ତ୍ରରେ ସାମିଲ ଥିବା ଅଭିଯୋଗରେ ପୁଲିସ ଏମାନଙ୍କୁ ଗିରପଂ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଗତ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଚଣ୍ଡିଖୋଲ ଅଞ୍ଚଳରୁ ଜନୈକ ନାବାଳିକାଙ୍କୁ ଅପହରଣ କରିବା ପରେ ନିଶା ଦେଇ ବିଭିନ୍ନ ସ୍ଥାନରେ ରଖିବା ସହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ ହୋଇଥିଲା। ଏ ନେଇ କଂଗ୍ରେସ ଓ ବିଜେପିର ପ୍ରତିନିଧି ଦଳ ପୀଡିତାଙ୍କ ପରିବାରକୁ ଭେଟି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଏହି ଘଟଣାରେ ପ୍ରଥମେ ୪ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୪ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ କନେଷ୍ଟବଳ ସନ୍ତୋଷ ବାରିକଙ୍କ ବାପା ଓ ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା ସଂପୂର୍ଣ୍ଣ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories