ଧର୍ମଗଡ଼: କଳାହାଣ୍ଡିରେ ଆତଙ୍କ ଖେଳାଇଥିବା ଡକାୟତି ଗ୍ୟାଙ୍ଗର ଆଉ ଜଣେ ଅପରାଧୀକୁ ଗୋଳାମୁଣ୍ଡା ପୁଲିସ ଗିରଫ କରିଛି। ଏନେଇ ଧର୍ମଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ଅଫିସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ପ୍ରକାଶ କରିଛି । ଇତି ପୂର୍ବରୁ ଗତ ୦୬.୦୮.୨୨ରେ ଏହି ଗ୍ୟାଙ୍ଗର ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବର୍ତ୍ତମାନ ଗିରଫ ହୋଇଥିବା ଡକାୟତ ହେଉଛି ଅମପାଣି ଥାନା ଅନ୍ତର୍ଗତ ବଡ଼ କେନ୍ଦୁଗୁଡା ଗାଁର ମୋହନ ପୁଝାରି(୫୦)। ମୋହନଠାରୁ ଡକାୟତି ସମୟରେ ବ୍ୟବହାର ହେଉଥିବା ଗୋଟିଏ ଖଣ୍ଡା, ମୋବାଇଲ ଆଉ କିଛି ବାସନକୁସନ ଜବତ ହୋଇଛି। ପୁଲିସର କହିବା ଅନୁଯାୟୀ, ମୋହନ ଡକାୟତମାନଙ୍କୁ ଆଶ୍ରୟ ଦେବା ସହ ଖାଇବା ପିଇବା ଯୋଗାଉଥିଲା ଏବଂ ଲୋକଙ୍କ ସମ୍ପର୍କରେ ସୂଚନା ଦେଉଥିଲା। ଗତ୨୨.୦୩. ୨୨ରେ ବେହେରା ଅଳଙ୍କାର ଦୋକାନ ଲୁଟ, ୩୦.୦୫.୨୨ରେ ପଞ୍ଜିଆ ଡକାୟତି ମାମଲା ଓ ୨୮.୦୭.୨୨ରେ କାଉଡୋଳା ଡକାୟତି ମାମଲାରେ ମୋହନର ସମ୍ପୃକ୍ତି ଥିବା ପୁଲିସ ସୂଚନା ଦେଇଛି।
Popular Categories



