www.samajalive.in
Monday, December 8, 2025
17.1 C
Bhubaneswar

ଧାନ ମଣ୍ଡିରେ ଅନିୟମିତତା ଓ ଅବ୍ୟବସ୍ଥା ଅଭିଯୋଗ

ବେଗୁନିଆ: ବେଗୁନିଆ ବ୍ଲକରେ ସରକାର ଚାଷୀମାନଙ୍କ ପାଇଁ ଖୋଲିଥିବା ବିଭିନ୍ନ ଧାନ ମଣ୍ଡିରେ ନାନାଦି ଅନିୟମିତତା ଓ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ଫଳରେ ସରକାରଙ୍କର ଏହି ଯୋଜନା ଏଠାରେ ଏକ ପ୍ରକାର ପ୍ରହସନରେ ପରିଣତ ହୋଇଛି। ଚାଷୀମାନଙ୍କର ଅଶେଷ କ୍ଷତି ହେଉଥିବାବେଳେ ମଣ୍ଡି ପରିଚାଳକମାନେ ଏହାର ଫାଇଦା ଉଠାଉଛନ୍ତି। ଚାଷୀମାନଙ୍କଠାରୁ ପ୍ରତି କ୍ବିଣ୍ଟାଲ ଧାନରେ ୬ରୁ ୮କେଜି କଟନୀ କରାଯିବା ସହ ମୋଟ ଧାନରୁ ମଧ୍ୟ କଟନୀ କରାଯାଉଛି। ଚାଷୀଙ୍କୁ ଅଖା ବସ୍ତା ଯୋଗାଇଦେବାର ବ୍ୟବସ୍ଥା ଥିବାବେଳେ ଅନେକ ସ୍ଥାନରେ ଚାଷୀମାନେ ନିଜସ୍ୱ ବସ୍ତାରେ ଧାନ ମଣ୍ଡିକୁ ଆଣୁଛନ୍ତି। ଚାଷୀମାନେ ଅଖା ବସ୍ତା ନିଜେ ଦେଲେ ୨୫ ଟଙ୍କା ପାଇବାର ବ୍ୟବସ୍ଥା ସରକାର କରିଥିବାବେଳେ ସେମାନଙ୍କୁ ଅଖା ବସ୍ତା ଟଙ୍କା ଦିଆଯାଉନାହିଁ। ଚାଷୀମାନଙ୍କର ଧାନ ଜମି ଅନୁସାରେ ସେମାନେ ଜମି ପଟା ଦେଇ ରେଜିଷ୍ଟ୍ରେସନ କରିବା ପରେ ସେମାନେ କେତେ କ୍ବିଣ୍ଟାଲ ଧାନ କେତେ ତାରିଖରେ ଦେଇପାରିବେ ସେମାନଙ୍କ ପାଖକୁ ସେ ସଂକ୍ରାନ୍ତରେ ମେସେଜ ଆସିଥାଏ । କିନ୍ତୁ ଚାଷୀମାନଙ୍କଠାରୁ ସେତିକି ଧାନ ନିଆ ନ ଯାଇ ଜିଲ୍ଲା ପ୍ରଶାସନର ବାରଣ ଯୋଗୁଁ ଅଧା ଧାନ ନିଆଯିବ ବୋଲି ସମ୍ପାଦକମାନେ ଚାଷୀଙ୍କୁ କହୁଛନ୍ତି। ଫଳରେ ଚାଷୀମାନେ ଏଥିପାଇଁ ବିଭିନ୍ନ ସ୍ଥାନରେ ବିଦ୍ରୋହ ପାଇଁ ସଜବାଜ ହେଉଥିବା ଜଣାପଡିଛି। ସେବା ସମବାୟ ସମିତି ତରଫରୁ କିଛି ଦଲାଲଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ମିଲର ଚାଷୀମାନଙ୍କର ଧାନ ଉଠାଇବା ପୂର୍ବରୁ ଚାଷୀମାନେ ସମ୍ପୃକ୍ତ ଦଲାଲମାନଙ୍କ ଜରିଆରେ ଆସିବା ପାଇଁ କୁହାଯାଉଛି। ଅନେକ ସ୍ଥାନରେ ମିଲରମାନେ ଦିନରେ ଧାନ ନ ଉଠାଇ ରାତିରେ ଧାନ ଉଠାଇବା ପଛରେ କଣ ରହସ୍ୟ ରହିଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି। ସରକାରଙ୍କର ଏହି ଯୋଜନାରେ ସମିତି ସମ୍ପାଦକଙ୍କଠାରୁ ଆରମ୍ଭ କରି ମିଲର ଏବଂ ଅଧିକାରୀମାନେ ଲାଭବାନ ହେଉଥିବା ବେଳେ ଯାହା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି ସେହି ଚାଷୀ ବିଚରା ତାର ଫାଇଦା ପାଇବାରୁ ବଞ୍ଚିତ ହେଉଛି। ତେଣୁ ସବୁ ମଣ୍ଡିରେ ସମାନ କଟନୀ ହେବା, ଚାଷୀମାନଙ୍କୁ ଅଖାବସ୍ତା ଯୋଗାଇଦେବା, ଅଖାବସ୍ତା ବାବଦକୁ ନିର୍ଦ୍ଧାରିତ ଅର୍ଥ ପ୍ରଦାନ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନ ଉଠାଯିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories