www.samajalive.in
Monday, December 8, 2025
27.1 C
Bhubaneswar

ଗଣେଶ ପୂଜା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ; ୧୪୪ ଧାରା ଜାରି

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡା ଗ୍ରାମ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବାଜପେୟୀ କ୍ଳବ ନିକଟରେ ଗଣେଶ ପୂଜା ପାଇଁ ମଣ୍ଡପ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟ ଗଣ୍ଡଗୋଳ ହେବା ସହିତ କିଛି ଯୁବକ ଆହତ ହୋଇଛନ୍ତି ।  ଏନେଇ ଉଭୟ ପକ୍ଷରୁ ଧାମନଗର ଥାନାରେ ପୃଥକ ପୃଥକ ଭାବରେ ଅଭିଯୋଗ କରାଯାଇଛି । ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଉକ୍ତ କ୍ଲବ ନିକଟରେ କେତେକ ଯୁବକ ଗଣେଶ ପୂଜା ପାଇଁ ମଣ୍ଡପ ତିଆରି କରୁଥିବା ବେଳେ ଅନ୍ୟ ଯୁବକ ମାନେ ଏହାକୁ ବିରୋଧ କରିଥିଲେ । ଏନେଇ ଧାମନଗର ଥାନାରେ ଅଭିଯୋଗ କରାଯାଇଥିଲା । ପରେ ଘଟଣାସ୍ଥଳରେ ଧାମନଗର ତହସିଲଦାର ପହଞ୍ଚିଥିବା ବେଳେ ତହସିଲଦାର ଉପସ୍ଥିତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା ।

- Advertisement -

ସେହି ସମୟରେ ତହସିଲଦାର ଘଟଣାସ୍ଥଳରୁ ଫେରିଯାଇଥିଲେ । ପରେ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ତହସିଲଦାର । ଫଳରେ ସମ୍ପୃକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories