www.samajalive.in
Sunday, December 7, 2025
15.1 C
Bhubaneswar

ଚାନ୍ଦବାଲି ବ୍ଲକ ଜଳେଶ୍ୱର ପୁର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଯୋଜନା ବାଟବଣା

ଧାମରା: ଚାନ୍ଦବାଲି ବ୍ଲକ ଅଧିନସ୍ଥ ଜଳେଶ୍ୱରପୁର ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ଏକ ପ୍ରହସନ ପାଲଟିଛି। ପ୍ରାପ୍ତ ଖବର ଅନୁଯାଇ ୨୦୨୩ ମସିହାରେ ଏହି ଯୋଜନାରେ ଏହି ପଞ୍ଚାୟତକୁ ଶତାଧିକ ପାଇଖାନା ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଏହି ଯୋଜନାକୁ ବାସ୍ତବ ରୂପ ଦେବାପାଇଁ ଚାନ୍ଦବାଲି ବ୍ଲକ ପ୍ରଶାସନ ଶତ ପ୍ରତିଶତ ସହଯୋଗର ହାତ ବଢାଇଥିବା ବେଳେ ଏହାକୁ ସଫଳ ରୂପାୟନ ଦେବାରେ ଏହି ପାଇଖାନା ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥା ହରିଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ୨୦୨୩ ମସିହାରେ ଏହି ପଞ୍ଚାୟତରେ ୪ଶହରୁ ଅଧିକ ପାଇଖାନା ନିର୍ମାଣ କରଯିବାକୁ ସ୍ଥିର କରାଯାଇଥିଲା ଏବଂ ସ୍ଥିର ହୋଇଥିବା ଘରେ ପାଇଖାନା ନିର୍ମାଣ ମଧ୍ୟ କରାଗଲା ମାତ୍ର ଏହା ନିର୍ମାଣ ହେବାର ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ହିତାଧିକାରୀଙ୍କ ଘରେ ଏହା ସଂପୂର୍ଣ ହୋଇ ପାରିଲା ନାହିଁ।

କେଉଁ ଘରେ ପାଇଖାନାର ଘର ଥିବା ବେଳେ କେଉଁଠି ପାଇଖାନାର କବାଟ ତିଆରୀ ହୋଇନାହିଁ। ସବୁଠାରୁ ପରିତାପରେ ବିଷୟ ଏହିକିଯେ ଶତାଧିକ ହିତାଧିକାରୀଙ୍କ ପାଇଖାନା ଘର ଅସଂପୂର୍ଣ ଥିବା ବେଳେ ଏହି ପାଇଖାନା ପାଇଁ ସେଫଟି ଟାଙ୍କି ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିଲା ନାହିଁ। ବହୁ ହିତାଧିକାରୀଙ୍କ ଅଧା ନିର୍ମାଣ ପାଇଖାନା ଘରେ ସୁଚନା ଫଳକ ଲଗାଇ ସମ୍ପୂର୍ଣ୍ଣ ବିଲ ହାତେଇ ନେଇଥିବା ଅଭିଯୋଗ ହୋଇଛି।

- Advertisement -

ବହୁ ହିତାଧିକାରୀ ନିଜର ଏହି ସେଫଟି ଟାଙ୍କି ନିର୍ମାଣ ପାଇଁ ସଂପୃକ୍ତ ଠିକାଦାରଙ୍କ ପାଖରେ ଦାବୀ କରୁଥିବା ବେଳେ ସଂପୃକ୍ତ ଠିକାଦାର ଗୋଟିଏ ଗୋଟିଏ ସେଫଟି ଟାଙ୍କି ନିର୍ମାଣ ପାଇଁ ୨ହଜାର ଟଙ୍କା ଦାବୀ କରୁଛନ୍ତି ବୋଲି ଚୁମକୀ ସେଠୀ, ନରକାନ୍ତ ସେଠୀ, ଭଗବାନ ସେଠୀ, ବିଜୟ ଭଳ, ହରିଶ୍ଚନ୍ଦ୍ର ଭଳ, ଗୌରୀ ସୂତାର, ଦିଗମ୍ବର ଭଳ, ଦୁର୍ଯ୍ୟୋଧନ ଭଳଙ୍କ ସମେତ ବହୁ ହିତାଧିକାରୀ ଚାନ୍ଦବାଲି ବିଡିଓ, ଭଦ୍ରକ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ହିତାଧିକାରୀ ଏ ଭଳି ବହୁ ଅଭିଯୋଗ ଆଣିଥିଲେ ମଧ୍ୟ ଚାନ୍ଦବାଲି ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ସଞୀବ କୁମାର ମହାପାତ୍ର ନିଜର ପ୍ରତିକ୍ରିୟାରେ କହିଛନ୍ତି ତୁରନ୍ତ ଏହି ଅଭିଯୋଗର ତଦନ୍ତ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories