www.samajalive.in
Monday, December 8, 2025
27.1 C
Bhubaneswar

ଏଣିକି ଘରୋଇ ବିମାନ ଯାତ୍ରା ହେବ କାଗଜବିହୀନ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ହେଲେ ଏଣିକି ଆଉ ବିଭିନ୍ନ ପ୍ରମାଣପତ୍ର କିମ୍ବା କାଗଜପତ୍ର ଦାଖଲ କରିବାକୁ ପଡ଼ିବ ନାହିଁ। ଏଥିପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଖୁବ ଶୀଘ୍ର ‘ଡିଜି ଯାତ୍ରା’ ଆରମ୍ଭ କରାଯାଉଛି। ଏହି ଯୋଜନାରେ ଯାତ୍ରୀଙ୍କୁ ମନ୍ତ୍ରାଳୟର ପୋର୍ଟାଲ୍‍ରୁ ଏକ ଡିଜିଟାଲ୍‍ ନମ୍ବର ହାସଲ କରିବାକୁ ପଡ଼ିବ। ପ୍ରଥମ ଥର ଯାତ୍ରା ବେଳେ ସାମାନ୍ୟ ଯାଞ୍ଚ କରାଯିବ। ପରବର୍ତ୍ତୀ ଯାତ୍ରା ସମୟରେ ଆଉ କୌଣସି ପ୍ରମାଣପତ୍ର କିମ୍ବା କାଗଜ ବଦଳରେ କେବଳ ସେହି ନମ୍ବର ଜରିଆରେ ଯାତ୍ରୀମାନେ ବିମାନରେ ଯାତ୍ରା କରିପାରିବେ। ଦେଶର ସମସ୍ତ ବିମାନ ବନ୍ଦରରେ ସ୍ମାର୍ଟ ବିମାନ ବନ୍ଦର ଓ ବାୟୋମାଟ୍ରିକ ଫେସ୍‍ ରେକୋଗନାଇଜେସନ୍‍ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଡିଜି ଯାତ୍ରା ଏଥିରେ ସହାୟକ ହୋଇପାରିବ ବୋଲି କୁହାଯାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories