www.samajalive.in
Monday, December 8, 2025
14.1 C
Bhubaneswar

ସୁସ୍ଥ ଶରୀର ପାଇଁ ଛାଡନ୍ତୁ ଏହି ଖାଦ୍ୟ-ପାନୀୟ

ଅଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ନିଜର ଖାଦ୍ୟ ପାନୀୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ ବା  ନ ଖାଇବେ ସେନେଇ ସଚତେନ ରହିବା ଅତ୍ୟନ୍ତ ଆବଶ୍ୟକ । ଠିକ୍ ସମୟରେ ଠିକ୍ ଖାଦ୍ୟ ଖାଇଲେ ହିଁ ଆପଣଙ୍କ ଶରୀର ସୁସ୍ଥ ଓ ଫିଟ୍ ରହିବ ।

ଖାଦ୍ୟ ଗ୍ରହଣ ସର୍ବଦା ସମୟ ଉପରେ ନିର୍ଭର କ​‌ରେ । ଭୁଲ ସମୟରେ ଉତ୍ତମ ଖାଦ୍ୟ ମଧ୍ୟ ଶରୀର ପାଇଁ ହାନିକାରକ ହୋଇପାରେ । ସେହିପରି ଏଭଳି କିଛି ଖାଦ୍ୟ ଅଛି ଯାହା ଶରୀର ପାଇଁ ସୁସ୍ଥ ହେଲେ ମଧ୍ୟ ଖାଲି ପେଟରେ ଖାଇବା ଅନୁଚିତ୍ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ବିଷୟରେ ଜାଣିବା….

- Advertisement -

ଟମାଟର: ଭିଟାମିନ୍ ଓ ଆଣ୍ଟି-ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ଏହାକୁ ଖାଲି ପେଟରେ ଖାଇବା ଦ୍ବାରା ଏହାର ଏସିଡିଟି ଗୁଣ ପେଟକୁ କ୍ଷତି ପହଞ୍ଚାଇଥାଏ । ଖାଲି ପେଟର ଟମାଟର ଖାଇବା ଦ୍ବାରେ ପେଟରେ ଅଧିକ ଚାପ ପଡିଥାଏ । ଅଲସର ବା ଅର୍ସ ରୋଗୀଙ୍କ ପାଇଁ ଏହା ମାରତ୍ମକ ହୋଇପାରେ ।

ଖଟା ଫଳ: ଖଟା ଫଳ ଯେପରି କମଳା, ଅଙ୍ଗୁର, ଲେମ୍ବୁରେ ଭିଟାମିନ୍ ସି, ପାଇବର ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଯଦି ଏହାକୁ ଆପଣ ଖାଲି ପେଟର ସେବନ କରନ୍ତି ତେବେ ଏହା ପେଟ ସମସ୍ୟା ସୃଷ୍ଟି କରିବାର ଅଧିକ ଆଶଙ୍କା ରହିଥାଏ ।

ପୁଫ ପେଷ୍ଟ୍ରି ବା ପଟିସ୍: ସକାଳେ ହେଉ ଅବା ସନ୍ଧ୍ୟାରେ ଜଳଖିଆରେ ପୁଫ ପେଷ୍ଟ୍ରି ବା ପଟିସ୍ ଖାଇବା ସହଜ ଉପାୟ । ପୁଫ ପେଷ୍ଟ୍ରି ବା ପଟିସ୍ ଖାଲି ପେଟରେ ଖାଇବା ଅନୁଚିତ୍ । ଏଥିରେ ଇଷ୍ଟ ଥିବା କାରଣରୁ ଖାଲି ପେଟରେ ଏହା ସମସ୍ୟା ସୃଷ୍ଟି କରିଥାଏ ।

କାର୍ବୋନେଟ ଡ୍ରିଙ୍କ୍ସ: କାର୍ବୋନେଟ ଡ୍ରିଙ୍କ୍ସ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ସକାଳୁ ଉଠି ଖାଲି ପେଟରେ କାର୍ବୋନେଟ ଡ୍ରିଙ୍କ୍ସ ପିଇବା ଦ୍ବାରା କର୍କଟ ଓ ହୃତଘାତ ଜନିତ ରୋଗର ଆଶଙ୍କା ବଢିଥାଏ । ଭୁଲରେ ବି ଖାଲି ପେଟରେ କାର୍ବୋନେଟ ଡ୍ରିଙ୍କ୍ସ ପିଅନ୍ତୁ ନାହିଁ ।

କଫି ଓ ଚା: ଖାଲି ପେଟରେ ଚା ଓ କଫି ପିଇବା ଶରୀର ପାଇଁ ହାନିକାରକ ହୋଇପାରେ । ଏହା ଦ୍ବାରା ହାଇଡ୍ରୋକ୍ଲୋରିକ ଏସିଡ୍ ମାତ୍ରା ବଢି ଯାଇଥାଏ । ଏହା ଦ୍ବାରା କୋଷ୍ଠକାଠିନ୍ୟ ଏବଂ ବାନ୍ତି ଭଳି ସମସ୍ୟା ଦେଖା ଦେଇପାରେ । ଏହା ଦ୍ବାରା ପାଚନ ପ୍ରକ୍ରିୟା ଧିମା ହୋଇଯାଏ । ଖାଲି ପେଟରେ ପାଣି ପିଇବା ଅଭ୍ୟାସ କରନ୍ତୁ । ଏହାର କିଛି ସମୟ ପରେ ଚା ବା କଫି ପିଅନ୍ତୁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories