www.samajalive.in
Sunday, December 7, 2025
13.1 C
Bhubaneswar

ମହାପ୍ରସାଦ ପାଇଁ ଭକ୍ତ ଭାଙ୍ଗିଲେ କୋଭିଡ୍‌ କଟକଣା

ପୁରୀ : ମହାପ୍ରସାଦ କିଣିବା ପାଇଁ ରବିବାର ନାକେଦମ୍‌ ହୋଇଛନ୍ତି ଭକ୍ତ। କାର୍ତ୍ତିକ ଆରମ୍ଭରୁ ଦେଖାଦେଇଛି ବିଶୃଙ୍ଖଳା। ଶ୍ରୀମନ୍ଦିର ପ୍ରଶାସନର ନିରବତା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଓ ଉତ୍ତରଦ୍ବାର ସମ୍ମୁଖରେ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଛି। କୋଭିଡ୍‌ କଟକଣା ଆଦୌ ପାଳନ କରାଯାଇ ନାହିଁ। ମହାପ୍ରସାଦ ନପାଇ ବହୁ ଭକ୍ତ ନିରାଶରେ ଫେରିଛନ୍ତି। କାର୍ତ୍ତିକରେ ଭକ୍ତଙ୍କୁ ଶୃଙ୍ଖଳିତ ମହାପ୍ରସାଦ ଯୋଗାଣ ନିମନ୍ତେ ପ୍ରଶାସନ ପକ୍ଷରୁ ଉତ୍ତରଦ୍ବାର ଏବଂ ଦକ୍ଷିଣଦ୍ବାର ସମ୍ମୁଖରେ ଅସ୍ଥାୟୀ ସେଡ୍‌ ନିର୍ମାଣ କରାଯାଇଛି। ସୁଆରମହାସୁଆର ନିଯୋଗ ପକ୍ଷରୁ ସେଠାରେ ଲୋକଙ୍କୁ ଟୋକନ ବିକ୍ରି କରାଯାଉଛି। ମହାପ୍ରସାଦ କିଣିବାକୁ ଚାହୁଥିବା ବ୍ୟକ୍ତି ଆଗୁଆ ଟଙ୍କା ଜମାକରିବା ପରେ ଆନନ୍ଦବଜାରରୁ ଅବଢ଼ା ଅଣାଯାଇ ଯୋଗାଇ ଦିଆଯାଉଛି।

ରବିବାର କାର୍ତ୍ତିକମାସ ଆରମ୍ଭ ହୋଇଥିବାରୁ ମହାପ୍ରସାଦ କିଣିବାକୁ ପ୍ରାୟ ୨ହଜାର ଲୋକଙ୍କ ସମାଗମ ହୋଇଥିଲା। ଟୋକନ୍‌ କିଣିବାକୁ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଥିଲା। ଶହ ଶହ ଲୋକ ଧାଡିରେ ଅପେକ୍ଷା କରିଥିବା ବେଳେ ମାତ୍ର ୨ ଜଣ ଲେଖାଏ କର୍ମଚାରୀ ଟୋକନ୍‌ ବିକ୍ରି ଦାୟିତ୍ବରେ ରହିଥିଲେ। ଅଧିକ ଲୋକଙ୍କ ଗହଳି ଯୋଗୁଁ ସାମାଜିକଦୂରତ୍ବ କଟକଣା ଆଦୌ ପାଳନ ହୋଇପାରି ନଥିଲା। ବହୁ ସମୟ ଅପେକ୍ଷା ପରେ ଧାଡି ଭାଙ୍ଗି କେତେକ ଲୋକ କାଉଣ୍ଟର ପାଖକୁ ମାଡି ଯାଇଥିଲେ। ମନ୍ଦିର ପ୍ରଶାସନର କୌଣସି ଅଧିକାରୀଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା। ଏହାଛଡା ଭକ୍ତଙ୍କୁ ଅଧିକ ଦାମରେ ମହାପ୍ରସାଦ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ୨ଘଣ୍ଟା ବିଳମ୍ବରେ ଆଜିର ଭୋଗମଣ୍ଡପ ନୀତି ସମ୍ପନ୍ନ ହୋଇଛି। ଦିନ ୧୨ଟା ସୁଦ୍ଧା ଶ୍ରୀଜୀଉଙ୍କ ଭୋଗମଣ୍ଡପ ଶେଷ କରାଯାଇ ଭକ୍ତଙ୍କୁ ମହାପ୍ରସାଦ ଯୋଗାଇ ଦିଆଯିବ ବୋଲି ମନ୍ଦିର ପ୍ରଶାସନର ନିଷ୍ପତ୍ତି ପ୍ରଥମ ଦିନରୁ ବାଟବଣା ହୋଇଛି

- Advertisement -

। ଜିଲା ପ୍ରଶାସନ ବାରଣସତ୍ତ୍ବେ ଶ୍ରୀକ୍ଷେତ୍ରରେ ହବିଷବ୍ରତ ପାଳନ ପାଇଁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମଠ, ଆଶ୍ରମ, ଧର୍ମଶାଳା ଏବଂ ଲଜିଂ ସମେତ ଶ୍ରୀମନ୍ଦିର ଆଖପାଖରେ ଥିବା ବିଭିନ୍ନ ଲୋକଙ୍କ ଘରଭଡା ନେଇ ହବିଷ୍ୟାଳିମାନେ ରହୁଛନ୍ତି। ଏହିମାସରେ ସେମାନେ ଦିନକୁ ଗୋଟିଏ ଥର ମହାପ୍ରସାଦ ଖାଇଥାଆନ୍ତି। ତେଣୁ ଦିନ ୧୨ଟା ସୁଦ୍ଧା ଭୋଗମଣ୍ଡପ ନୀତି ଶେଷ କରାଯିବାକୁ ନୀତି ସବ୍‌କମିଟି ବୈଠକରେ ସ୍ଥିର କରାଯାଇଥିଲା। କାର୍ତ୍ତିକ ମାସର ପ୍ରଥମ ଦିନରୁ ସମୟାନୁବର୍ତ୍ତୀ ନୀତି ସମ୍ପାଦନ ଏବଂ ଶୃଙ୍ଖଳିତ ମହାପ୍ରସାଦ ଯୋଗାଣରେ ଶ୍ରୀମନ୍ଦିର ପ୍ରଶାସନ ବିଫଳ ହୋଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଏବେଠାରୁ ଦୃଷ୍ଟି ନଦେଲେ ହବିଷ୍ୟାଳି ଭକ୍ତମାନେ ମହାପ୍ରସାଦ ପାଇବାରେ ଅଧିକ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି। ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ରକୁମାର ସାହୁ କହିଛନ୍ତି ଶନିବାର ଠାକୁରଙ୍କ ସ୍ବତନ୍ତ୍ର ନୀତିଥିବାରୁ ରବିବାର ବିଳମ୍ବରେ ମନ୍ଦିରଦ୍ବାର ଫିଟିଥିଲା। ଏଥିଯୋଗୁଁ ଭୋଗମଣ୍ଡପ ନୀତି ରବିବାର ବିଳମ୍ବିତ ହୋଇଛି। ଉତ୍ତରଦ୍ବାର ଏବଂ ଦକ୍ଷିଣଦ୍ବାରରେ ମହାପ୍ରସାଦ ବିକ୍ରି ତଦାରଖ ଦାୟିତ୍ବ ଉପଜିଲାପାଳ ନେଇଥିଲେ। କ’ଣ ପାଇଁ ଏଭଳି ବିଶୃଙ୍ଖଳା ହେଲା ସେ ସମ୍ପର୍କରେ ତାଙ୍କ ସହ ଆଲୋଚନା କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories