www.samajalive.in
Sunday, December 7, 2025
15.1 C
Bhubaneswar

ଦେଶବାସୀଙ୍କ ଭାବନା ପ୍ରତି କୋର୍ଟ ସମ୍ମାନ ଜଣାଇବା ଉଚିତ୍‍: ଭିଏଚପି

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ଠିକ୍‍ ଗୋଟିଏ ଦିନ ପୂର୍ବରୁ ଅଯୋଧ୍ୟା ରାମ ମନ୍ଦିର ଦାବି ନେଇ ଭିଏଚପି ଦିଲ୍ଲୀସ୍ଥିତ ରାମଲୀଳା ମୈଦାନରେ ଧର୍ମସଭା ଆରମ୍ଭ କରିଛି। ମଞ୍ଚରେ ବିଶ୍ୱ ହିନ୍ଦୁ ପରିଷଦର ବଡ଼ ନେତୃମଣ୍ଡଳୀଙ୍କ ସହ ସନ୍ଥମାନେ ମଧ୍ୟ ଉପସ୍ଥିତ ହୋଇଛନ୍ତି।
ଭିଏଚପିର ଏହି କାର୍ଯ୍ୟକ୍ରମରେ ଆରଏସଏସର ରାଷ୍ଟ୍ରୀୟ ମହାସଚିବ ଭୈୟାଜୀ ଯୋଶୀ ଯୋଗ ଦେଇ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶାନ୍ତିର ବାର୍ତ୍ତା ବହନ କରୁ ବୋଲି ମତବ୍ୟକ୍ତ କରିଥିଲେ। ସଂଘର୍ଷ ଦ୍ୱାରା ରାମ ମନ୍ଦିର ନିର୍ମାଣ ହେଉ ଏହା କୌଣସି ଭାରତୀୟ ଚାହୁଁ ନାହାନ୍ତି। କାରଣ ରାମ ରାଜ୍ୟ ହିଁ ଶାନ୍ତିର ବାର୍ତ୍ତା ବହନ କରେ। ଦେଶର ନାୟିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେଲେ ଦେଶବାସୀଙ୍କ ଭାବନା ପ୍ରତି ନ୍ୟୟାଳୟ ଜତ୍ନବାନ ହେବା ଆବଶ୍ୟକ ବୋଲି ଶ୍ରୀ ଯୋଶୀ ମତବ୍ୟକ୍ତ କରିଥିଲେ। ଅଯୋଧ୍ୟାର ରାମ ମନ୍ଦିର ଭବିଷ୍ୟତର ରାମ ରାଜ୍ୟର ପ୍ରତୀକ ହେବ। ଆଜି ଅଯୋଧ୍ୟାରେ ଯେଉଁ ଭକ୍ତ ରାମଙ୍କୁ ଦର୍ଶନ ପାଇଁ ଯାଉଛନ୍ତି ସେମାନେ ଦୁଃଖ ଅନୁଭବ କରୁଛନ୍ତି। ୧୯୯୨ରେ କାର୍ଯ୍ୟ ଅଧାରେ ରହିଗଲା। ମସଜତ ଭାଙ୍ଗିଲା ଅଥଚ ମନ୍ଦିର ନିର୍ମାଣ ନୋହିଲା। ସମ୍ବିଧାନର ରାସ୍ତା ଖୋଲା ଅଛି। ଏ ସମ୍ପର୍କରେ ସ୍ୱତନ୍ତ୍ର ଆଇନ ହେଉ ଓ ରାମ ମନ୍ଦିର ନିର୍ମାଣର ସମସ୍ତ ବାଧା ଦୂର ହେଉ ବୋଲି ଶ୍ରୀ ଯୋଶୀ ଆଶାପ୍ରକାଶ କରିଥିଲେ।
ରାମ ରାଜ୍ୟ ନ୍ୟାୟ ଓ ସୁରକ୍ଷାର ବିକାଶ କରିବ। ଦେଶର ସବୁ ସମ୍ପ୍ରଦାୟ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଚାହୁଁଛନ୍ତି। ମହାତ୍ମା ଗାନ୍ଧି ମଧ୍ୟ ଦେଶରେ ରାମ ରାଜ୍ୟ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ। ସରକାରରେ ଥିବା ରାଜନୈତିକ ଦଳ ମଧ୍ୟ ଦେଶବାସୀଙ୍କ ଭାବନାକୁ ସମ୍ମାନ ଜଣାଇବା ଉଚିତ ବୋଲି ଶ୍ରୀ ଯୋଶୀ ମତବ୍ୟକ୍ତ କରିଥିଲେ। ଏହା ସହ ଯେଉଁ ଆକ୍ରମଣକାରୀମାନେ ଦେଶ ଉପରେ ଆକ୍ରମଣ କରି ଦେଶକୁ ତିନି ଭାଗରେ ବିଭକ୍ତ କରିଦେଲା ସେମାନଙ୍କ ସ୍ମାରକକୁ ହଟାଇବାର ଆବଶ୍ୟକ। ୟୁପି ଉଚ୍ଚ ନ୍ୟାୟାଳୟ ରାମ ମନ୍ଦିରକୁ ୩ଭାଗରେ ବିଭକ୍ତ କରିଦେଇଛନ୍ତି। ଆମକୁ ସମ୍ପୂର୍ଣ୍ଣ ରାମ ମନ୍ଦିର ଦରବାର ବୋଲି ଶ୍ରୀ ଯୋଶୀ ମତବ୍ୟକ୍ତ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories