www.samajalive.in
Monday, December 8, 2025
17.1 C
Bhubaneswar

ବାତ୍ୟା ତାଉତେର ପ୍ରଭାବ: ଦିଲ୍ଲୀରେ ସର୍ବାଧିକ ତାପପାତ୍ରା ଖସିଲା, ମଇ ମାସରେ ୧୯୫୧ ପରେ ସର୍ବନିମ୍ନ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ଅତି ଭୟଙ୍କର ବାତ୍ୟା ତାଉତେ ଦୁର୍ବଳ ହୋଇଯାଇଥିବାବେଳେ ତାହାର ପ୍ରଭାବରେ ଦିଲ୍ଲୀ, ଉତ୍ତର ପ୍ରଦେଶର କିଛି ଅଂଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନର ଉତ୍ତର ଭାଗ ଆଦି ସ୍ଥାନରେ ବର୍ଷା ଲାଗିରହିଛି। ବୁଧବାର ଦିନ ସମୟରେ ନୂଆଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୩.୮ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିଲା। ଏହା ସ୍ୱାଭାବିକ ଠାରୁ ୧୬ ଡିଗ୍ରୀ କମ୍‍ ରହିଥିଲା। ରାଜଧାନୀରେ ମଇ ମାସରେ ଏହି ତାପମାତ୍ରା ୧୯୫୧ ପରବର୍ତ୍ତୀ ସମୟରେ ସବୁଠାରୁ କମ୍‍ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହିଦିନ ଶ୍ରୀନଗର ତାପମାତ୍ରା ୨୫.୮ ଏବଂ ଧର୍ମଶାଳାରେ ତାପମାତ୍ରା ୨୭.୨ ଡିଗ୍ରୀ ସେଲସିୟର ରହିଥିବା ଜଣାଯାଇଛି। ଗତକାଲି ସକାଳ ୮.୩୦ରୁ ସଂଧ୍ୟା ୫.୩୦ ମଧ୍ୟରେ ଦିଲ୍ଲୀରେ ୩୧.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ଗୁରୁବାର ମଧ୍ୟ ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଗତକାଲି ହୋଇଥିବା ବର୍ଷା ପରିମାଣ ୨୦୧୪ ପରବର୍ତ୍ତୀ ସମୟରେ ମଇ ମାସରେ ସର୍ବାଧିକ ବୋଲି ଜଣାଯାଇଛି। ୨୦୧୪ ମଇ ୨୨ ତାରିଖରେ ରାଜଧାନୀ ଦିଲ୍ଲୀରେ ୪୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ବର୍ଷା ଲାଗିରହିବା କାରଣରୁ ଦିଲ୍ଲୀ ବାୟୁମଣ୍ଡଳର ପ୍ରଦୂଷଣସ୍ତର ମଧ୍ୟ ଯଥେଷ୍ଟ ହ୍ରାସପାଇଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହା ସନ୍ତୋଷଜନକ ସ୍ତରରେ ରହିଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥ୍ୟରୁ ଜଣାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories