www.samajalive.in
Monday, December 8, 2025
20.1 C
Bhubaneswar

ବାୟୁ ସେନା କ’ଣ ଆଇନରୁ ଊର୍ଦ୍ଧ୍ବରେ : ଦିଲ୍ଳୀ ହାଇକୋର୍ଟ

ନୂଆଦିଲ୍ଲୀ : ମଦ ପିଇବା ଅଭ୍ୟାସକୁ ନେଇ ଜଣେ ଅଧିକାରୀଙ୍କୁ ଦୁଇ ମାସରୁ ଅଧିକ ଦିନ ଏକ ମନୋରୋଗ ୱାର୍ଡରେ ରଖାଯିବା ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟ ଭାରତୀୟ ବାୟୁ ସେନାକୁ ଭର୍ତ୍ସନା କରିଛନ୍ତି। ବିଚାରପତି ଏସ୍‍ ମୂରଲୀଧର ଏବଂ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ବାୟୁସେନାର ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ କରିଥିଲେ। ମଦ ପିଇବା ଅଭ୍ୟାସ କମିଛି କି ନାହିଁ ପରୀକ୍ଷା କରିଥିଲ କି ଓ ଏହା ଏକ ମାନସିକ ରୋଗ ବୋଲି କେଉଁ ଆଧାରରେ ଜାଣିଲ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। କୌଣସି ବ୍ୟକ୍ତିର ସହମ୍ମତି ବିନା ଜବରଦସ୍ତ ତାର ଚିକିତ୍ସା କରାଯାଇ ହେବ ନାହିଁ ବୋଲି ମାନସିକ ସ୍ୱାସ୍ଥ୍ୟ ଅଧିନିୟମ ସ୍ପଷ୍ଟ କରୁଥିବାରୁ ଭାରତୀୟ ବାୟୁ ସେନା କ’ଣ ଆଇନରୁ ଊର୍ଦ୍ଧ୍ବରେ ବୋଲି ଖଣ୍ଡପୀଠ କହିଥିଲେ। ବାୟୁ ସେନାର ଆଚରଣକୁ ଖଣ୍ଡପୀଠ ଦାୟିତ୍ୱହୀନ ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ବାୟୁ ସେନା ପକ୍ଷରୁ କୁହାଯାଇଥିଲା ଯେ ଅଧିକାରୀଙ୍କ ପତ୍ନୀଙ୍କ କହିବା ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମଦ ପିଇବା ପରେ ଅଧିକାରୀ ଜଣକ ହିଂସକ ହୋଇପଡ଼ନ୍ତି ବୋଲି ତାଙ୍କ ପତ୍ନୀ କହିଥିଲେ। ଏହାକୁ ଆଧାର କରି ଅଧିକାରୀଙ୍କୁ ମନୋରୋଗ ୱାର୍ଡରେ ରଖାଯାଇଥିଲା ବୋଲି ବାୟୁ ସେନା ପକ୍ଷରୁ କୁହାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories