www.samajalive.in
Monday, December 8, 2025
27.1 C
Bhubaneswar

କଲର୍‌ ଟ୍ୟୁନ୍‌ରେ ବାଜୁଥିବା ଟିକା ନେବା ବାର୍ତ୍ତା ବିରକ୍ତିକର: କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

କଲ୍‌ର ଟ୍ୟୁନ୍‌ ଜରିଆରେ ଲୋକଙ୍କୁ ଟିକା ନେବା ଲାଗି ସଚେତନ କରାଉଛନ୍ତି କେନ୍ଦ୍ର ସରକାର। କରୋନା ଟିକା ପ୍ରସ୍ତୁତ ହେବା ପରଠାରୁ ଏ ନେଇ ଜନସଚେତନତା ଜାରି ରହିଛି। ତେବେ ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଦିଲ୍ଲୀ ହାଇକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି, କଲ୍‌ର ଟ୍ୟୁନ୍‌ରେ ଗୋଟିଏ ବିରକ୍ତିକର ବାର୍ତ୍ତା ବଜେଇ ଆସୁଛ। ଯେତେବେଳେ କେହି ଜଣେ ଅନ୍ୟ ଜଣକୁ ଫୋନ୍‌ କରୁଛି କଲ୍‌ର ଟ୍ୟୁନ୍‌ରେ ଟିକା ନେବାକୁ କୁହାଯାଉଛି, ଯେତେବେଳେ କି ସରକାରଙ୍କ ପାଖରେ ଟିକା ନାହିଁ। ତୁମେ ଲୋକଙ୍କୁ ଟିକା ଦେଉନାହଁ, ତଥାପି କହୁଛ ଟିକା ଲଗାଅ ସୁସ୍ଥ ରୁହ। ଯେଉଁଠି ଆଦୌ ଟିକା ନାହିଁ, ସେଠି କିଏ ଟିକା ନେବ ବୋଲି ହାଇକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories