www.samajalive.in
Monday, December 8, 2025
20.1 C
Bhubaneswar

ଆଇଏନ୍‍ଏକ୍ସ ମିଡିଆ ଦୁର୍ନୀତି ମାମଲା : ଦିଲ୍ଲୀ ହାଇକୋର୍ଟରୁ ମିଳିଲାନି ଜାମିନ୍‍

ନୂଆଦିଲ୍ଲୀ : ଆଇଏନ୍‍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ୍‍ ଦେବାକୁ ​ଦେବାକୁ​‌ ମନା କରିଦେଇଛନ୍ତି । ବିଚାରପତି ସୁରେଶ କୈତ୍‍ କହିଛନ୍ତି, କଂଗ୍ରେସ ନେତା ପ୍ରମାଣପତ୍ରରେ ହେରଫେର୍‍ କରିବାରେ ସମ୍ଭାବନା ନ ଥିଲେ ମଧ୍ୟ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ତାଙ୍କୁ ଜାମିନ୍‍ ଦିଆଯିବ ନାହିଁ।

ଅଗଷ୍ଟ ୨୧ ତାରିଖରେ ସିବିଆଇଦ୍ୱାରା ଗିରଫ ହୋଇ ଶ୍ରୀ ଚିଦମ୍ବରମ୍‍ ହାଜତରେ ଅଛନ୍ତି ଏବଂ ପୂର୍ବରୁ ସେ ନିମ୍ନ ଅଦାଲତରେ ଜାମିନ ଆବେଦନ ନ କରି ସିଧାସଳଖ ହାଇକୋର୍ଟରେ ନିୟମିତ ଜାମିନ୍‍ ପାଇଁ ଆବେଦନ କରିଥିଲେ। ନୂଆଦିଲ୍ଲୀସ୍ଥିତ ବାସଭବନରୁ ଶ୍ରୀ ଚିଦମ୍ବରମ୍‍ଙ୍କୁ ଗିରଫ କରାଯିବା ପରେ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ତିହାର୍‍ ଜେଲରେ ବିଚାର ବିଭାଗୀୟ ହାଜତରେ ରଖାଯାଇଛି। ଶ୍ରୀ ଚିଦାମ୍ବରମ୍‍ ଅର୍ଥମନ୍ତ୍ରୀ ଥିଲାବେଳେ ୨୦୦୭ ମସିହାରେ ଆଇଏନ୍‍ଏକ୍ସ ମିଡିଆ
କମ୍ପାନୀକୁ ୩୦୫ କୋଟି ବିଦେଶୀ ପାଣ୍ଠି ଗ୍ରହଣ କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ବିକାଶ ବୋର୍ଡ଼ ପକ୍ଷରୁ ଦିଆଯାଇଥିବା ଅନୁମତି କ୍ଷେତ୍ରରେ ହେରଫେର୍‍ ହୋଇଥିବା ଅଭିଯୋଗକୁ ନେଇ ୨୦୧୭ ମେ ୧୫ ତାରିଖରେ ସିବିଆଇ ଏତଲା ରୁଜ୍ଜୁ କରିଥିଲା। ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୭ ମସିହାରେ କଳାଧନ ବୈଧ ମାମଲା ରୁଜ୍ଜୁ କରାଯାଇଥିଲା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories