ଡେରାଡୁନ୍: ଡେରାଡୁନ୍ରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ପରେ ପ୍ରକୃତିର ତାଣ୍ଡବ ଦେଖାଯାଇଛି । ଏଥିରେ କିଛି ଲୋକଙ୍କ ମୃତ୍ୟୁ ହେବା ସହ କିଛି ଲୋକେ ଭାସି ଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଡେରାଡୁନ୍ରେ ପ୍ରବଳ ବର୍ଷା ପରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପାଣିପାଗ ବିଭାଗ ଡେରାଡୁନ୍ ସମେତ ଚମୋଲୀ, ଚମ୍ପାବତ, ଉଧମସିଂହ ନଗର, ବାଗେଶ୍ୱର ଓ ନୈନୀତାଲ ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
#WATCH | Uttarakhand | Tamsa river in spate and Tapkeshwar Mahadev temple inundated as heavy rainfall lashes Dehradun.
Temple priest Acharya Bipin Joshi says, "The river started flowing heavily since 5 AM, the entire temple premises were submerged… This kind of situation had… pic.twitter.com/4E6PhKBM6K
— ANI (@ANI) September 16, 2025
ଡେରାଡୁନର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ସହସ୍ତ୍ରଧାର ଅଞ୍ଚଳର କାରଲିଗଡ଼ରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା କାରଣରୁ ଅଞ୍ଚଳରେ ପ୍ରବଳ ସ୍ରୋତ ଆସିବାରୁ ଅନେକ ଦୋକାନ ଭାସି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ପୁଲିସ କର୍ମଚାରୀମାନେ ବନ୍ୟା କାର୍ଯ୍ୟରେ ନିୟୋଜିତ ଅଛନ୍ତି।



