www.samajalive.in
Monday, December 8, 2025
27.1 C
Bhubaneswar

ସିବିଏସଇ, ଜେଇଇ ଓ ନିଟ ପରୀକ୍ଷା ନେଇ ବୁଧବାର ସୁଦ୍ଧା ନିଷ୍ପତ୍ତି ନେବେ କେନ୍ଦ୍ର ସରକାର

ଆସନ୍ତା ବୁଧବାର ସୁଦ୍ଧା କେନ୍ଦ୍ର ସରକାର ଦିଲ୍ଲୀରେ ସିବିଏସଇ ଦଶମ ପରୀକ୍ଷା ବନ୍ଦ କରିବା, ଦ୍ୱାଦଶ ବୋର୍ଡ ପରୀକ୍ଷାର ବଳକା ବିଷୟ ପରୀକ୍ଷା ପାଇଁ ପୁନଃ ସୂଚୀ ପ୍ରସ୍ତୁତ କରିବା ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଏବଂ ନିଟ ପରୀକ୍ଷା ସୂଚୀ ପରିବର୍ତ୍ତନ କରିବେ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

ସାରା ଦେଶରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ସିବିଏସ୍ଇ ବୋର୍ଡ ପରୀକ୍ଷା ରଦ୍ଦ କରିବା ନେଇ ହୋଇଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଥିଲେ। ଆସନ୍ତା ଜୁନ୍ ୨୫ରେ ଏହି ମାମଲାର ଶୁଣାଣି ହେବ। କେନ୍ଦ୍ର ସରକାର ଏବଂ ସିବିଏସଇ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ପରୀକ୍ଷା ପରିଚାଳନା ସମ୍ପର୍କରେ ବିଚାର ବିମର୍ଶ ଚାଲିଛି ଏବଂ ୨୪ ଜୁନ୍ ସୁଦ୍ଧା ନିଷ୍ପତ୍ତି ନିଆଯିବ।

- Advertisement -

ସେ କୋର୍ଟଙ୍କୁ ଜଣାଇଛନ୍ତି ଯେ ଦିଲ୍ଲୀର କିଛି ଅଂଚଳରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବାର ସମ୍ଭାବନା ଥିବା ବେଳେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ନେଇ ଯୋଜନା ପ୍ରସ୍ତୁତ ହେଉଛି। ପୂର୍ବରୁ ଜୁଲାଇ ମାସରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରେଣୀଗୃହରେ ପରୀକ୍ଷା ଦେବା କଷ୍ଟସାଧ୍ୟ ହେବ ବୋଲି ସେଠାକାର ଜଣେ ଶିକ୍ଷା ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଳ୍ପ ସହରରେ ଅନଲାଇନରେ ହୋଇପାରେ ଏବଂ ଯେଉଁଠାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ସେଠାରେ ଅଫ୍ ଲାଇନ୍ ପରୀକ୍ଷା କରାଯିବ ତେବେ ବୁଧବାର ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ଗୁରୁବାର ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଚଳିତ ବର୍ଷ ସାରା ଦେଶରେ ୧.୫ ମିଲିୟନରୁ ଅଧିକ ଛାତ୍ରଛାତ୍ରୀ ନିଟ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ସ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଛନ୍ତି। ଟଜେଇଇ ମୁଖ୍ୟ ପରୀକ୍ଷା ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ନିଟ ମେଡିକାଲ ପ୍ରବେଶିକା ପରୀକ୍ଷା ଜୁଲାଇ ୨୬ରେ କରାଇବାକୁ ଧାର୍ଯ୍ୟ କରାଯାଇଛି। ତେବେ ସିବିଏସ୍ଇ ପରୀକ୍ଷା ବିଳମ୍ବ ହେଲେ ଜେଇଇ ଓ ନିଟ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯିବ କାରଣ କଲେଜଗୁଡିକରେ ଆଡ଼ମିସନ ପାଇଁ ବୋର୍ଡ ପରୀକ୍ଷା ମାର୍କ ଜରୁରୀ ଅଟେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories