ଦେବଗଡ଼: ଦେବଗଡ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଛା କଟେଇ ଛକଠାରେ ଏକ ଗଛରେ ଧକ୍କାହୋଇ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ରିଆମାଳ ଥାନାଞ୍ଚଳର ମେଞ୍ଜାରୀ ବାହାଳ ଗ୍ରାମର ଜୟ ରଣା ଓ ପବନା ନାୟକ ବୋଲି ଜଣାପଡ଼ିଛି। ଆଜି ସକାଳେ ଉଭୟଙ୍କର କ୍ଷତ ବିକ୍ଷତ ମୃତଦେହ ବୁଚା କଟେଇ ନିକଟସ୍ଥ ରାସ୍ତା କଡରେ ପଡ଼ିଥିବା ଏବଂ ସେମାନଙ୍କର ବାଇକ (ନଂ-ଓଡି-୨୩-୪୯୫୬)ଟି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ରିଆମାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକଟିକୁ ଜବତ କରିବାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ପ୍ରସ୍ତୁତି ଚଳାଇଛି।
Popular Categories



