www.samajalive.in
Sunday, December 7, 2025
15.1 C
Bhubaneswar

 ଜିଲା କଂଗ୍ରେସ କମିଟି ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ :ଦେଶର ସୁରକ୍ଷା ନିମନ୍ତେ ପ୍ରାଣବଳି ଦେଇଥିବା ଭାରତ ମାତାର ବୀର ସହିଦ ଯବାନଙ୍କୁ ଆଜି ଦେବଗଡ ଜିଲା କଂଗ୍ରେସ ପକ୍ଷରୁ ସମୁହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶୁକ୍ରବାର ସଂଧ୍ୟାରେ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଦେବଗଡ ଜିଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲା କଂଗ୍ରେସ ସଭାପତି ସିଦ୍ଧେଶ୍ବର ଗୁରୁ, ଜିଲା ମହିଳା କଂଗ୍ରେସ ସଭାପତି ମଞ୍ଜୁଲତା ନାୟକ,ଜିଲା କଂଗ୍ରେସ ଉପ ସଭାପତି ପ୍ରକାଶ ଚନ୍ଦ୍ର ଦେବତା,ସାଧାରଣ ସମ୍ପାଦକ କ୍ଷୀତିଶ କୁମାର ପ୍ରଧାନ,ଏସ୍‍ଟି ସେଲ ସଭାପତି କ୍ଷେତ୍ର କୁମାର ପାତ୍ର , ଏସ୍‍ସି ସେଲ ସଭାପତି ମଞ୍ଜୁଳ ନାଏକ, ସଂଖ୍ୟାଲଘୁ ସେଲ ସଭାପତି ମୋଇନ ଖାଁ, ପୂର୍ବତନ ନଗର ସଭାପତି ସୁବାସ ଚନ୍ଦ୍ର ଭୋଇ, ରାକେଶ ବେହେରା,ପଞ୍ଚୁଲାଲ ବରାଇ,ଦୀପକ କୁମାର ଦାସ, ଜିଲା ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସବିତା ନାୟକ, ସଞ୍ଜୟ କୁମାର ଦେବ,ଅମୁଲ୍ୟ ନାୟକ ଓ ଭୁମୀ କ କୁମାର ସାହୁଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ସହିଦ ଯବାନଙ୍କ ଫଟୋ ଚିତ୍ର ସମ୍ମୂଖରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସେମାନେ ଚୀନ ସେନାର ବର୍ବରୋଚିତ କାଣ୍ଡକୁ ଦୃଢ ନିନ୍ଦା କରିବାସହ ଚୀନ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିସହ ଭାରତୀୟ ସେନାର ବଳିଦାନ ବ୍ୟର୍ଥ ହେବନାହିଁ ବୋଲି ପ୍ରକାଶ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories