www.samajalive.in
Monday, December 8, 2025
13.1 C
Bhubaneswar

ଚାଷୀଙ୍କୁ କଚାଡ଼ି ମାରିଲା କୁଲଡିହାର କାଲା ହାତୀ!

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ କାନକୁ ଶୁଭୁ ନଥିବା ଏକ କାଲା ହାତୀର ଉପଦ୍ରବରେ ଜଣେ ଚାଷୀଙ୍କ ପ୍ରାଣହାନୀ ଘଟିଛି।

ନୀଳଗିରି ଉପଖଣ୍ଡ, ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଜୁରିଆପାଟଣା ଗାଁର ରାମଚନ୍ଦ୍ର ସାମଲ (୫୫) ନାମକ ଜଣେ ଚାଷୀ ନିକଟସ୍ଥ କୁଲଡିହା ଅଭୟାରଣ୍ୟର ପାଦଦେଶରେ ଥିବା ତାଙ୍କ ବିଲକୁ ଚାଷକାର୍ଯ୍ୟରେ ଯାଇଥିଲେ। କିଛି ସମୟ ପରେ ସେ ନିକଟସ୍ଥ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ଏକ ଦନ୍ତା ତାଙ୍କୁ ଗୋଡ଼ାଇ କଚାଡ଼ି ଦଳି ଦେଇଥିଲା। ଘଟଣାସ୍ଥଳରେ ସମ୍ପୃକ୍ତ ଚାଷୀଙ୍କ ମୃତ୍ୟୁ ଘଟିଛି। ଖବରପାଇ କୁଲଡିହା ରେଞ୍ଜର ବିଜୟ ମହାପାତ୍ରଙ୍କ ନିର୍ଦେଶକ୍ରମେ ପଞ୍ଚଲିଙ୍ଗେଶ୍ୱର ଗାର୍ଡ଼ ରାମେଶ୍ୱର ମୁର୍ମୁ ଓ ସବୁଜବାହିନୀ କର୍ମଚାରୀମାନେ ସେଠାରେ ପହଞ୍ଚି ମୃତ ଚାଷୀଙ୍କୁ ଉଦ୍ଧାର କରିଛନ୍ତି। ହାତୀଟି ଚାଷୀଙ୍କୁ ଦଳି ଚକଟି ଦେବା ପରେ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ପଇଁତରା ମାରୁଥିବା ନେଇ ବନବିଭାଗ ପକ୍ଷରୁ କୁହାଯାଇଛି।

- Advertisement -

ସୂଚନା ଯେ, ଉକ୍ତ କାଲା ହାତୀଟି ବିଭିନ୍ନ ସମୟରେ କୁଲଡିହା ପାଦଦେଶରେ ଥିବା ଗାଁ ଏବଂ ଧାନକ୍ଷେତରେ ଉପଦ୍ରବ କରୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହି ହାତୀର କାନକୁ ଶୁଭୁ ନଥିବା ଯୋଗୁ ସେ ବାରମ୍ବାର ଏଭଳି ଉପଦ୍ରବ କରୁଥିବା ନେଇ ଅଞ୍ଚଳବାସୀ କହିଛନ୍ତି। ବନବିଭାଗ ପକ୍ଷରୁ ମୃତ ଚାଷୀଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦିଆଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories