www.samajalive.in
Monday, December 8, 2025
27.1 C
Bhubaneswar

ରାଉରକେଲା ନିଟ୍‌ କ୍ବାର୍ଟର୍ସରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନଆଇଟି) ପରିସରସ୍ଥ ସରକାରୀ କ୍ବାର୍ଟର୍ସରୁ ଶନିବାର ଏକ ଦମ୍ପତିଙ୍କ ମୃତଦେହ ମିଳିଛି। ପୁଲିସ ମୃତଦେହ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକ ଦ୍ବୟ ହେଲେ ନିଟ୍‌ର ସହକାରୀ ପ୍ରଫେସର ଆର. ଜୟବାଲାନ ଏବଂ ତାଙ୍କ ପତ୍ନୀ ମାଳିନୀ ଜୟବାଲାନ। ଆର. ଜୟବାଲାନ ନିଟ୍‌ ଜୀବବିଜ୍ଞାନ ବିଭାଗରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପଟେ ମାଳିନୀ ଜୟବାଲାନ ସିଡବ୍ଲୁଏସ୍‌ ଜଗଦା ହସ୍ପିଟାଲରେ ଜାଏଟିସିଆନ ଭାବେ କାର୍ଯ୍ୟରତ ଥିଲେ। ଦମ୍ପତି ରହୁଥିବା କ୍ବାର୍ଟର୍ସଟି ଦୁଇଦିନ ହେଲା ବନ୍ଦ ରହିଥିଲା। ଶନିବାର କବାଟ ଭାଙ୍ଗି ଘରେ ପଶିବା ପରେ ଉଭୟଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘର ଭିତରପଟୁ ବନ୍ଦ କରାଯାଇଥିଲା। ପୁଲିସ ତଦନ୍ତ ଚଳାଇଥିବାବେଳେ କେଉଁ ପରିସ୍ଥିତିରେ, କାହିଁକି ଏବଂ କିପରି ସେମାନଙ୍କର ମୃତ୍ୟୁ ଘଟିଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories