www.samajalive.in
Monday, December 8, 2025
27.1 C
Bhubaneswar

କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ର ନେଲେ ବୋହୂ

ଆସାମ : କରୋନା ସଂକ୍ରମିତଙ୍କୁ କେଉଁଠାରେ ଲୋକେ ବିଭିନ୍ନ ଉପାୟରେ ସାହାଯ୍ୟ କରିବାର ଅନେକ ଭିଡିଓ ଭାଇରାଲ ହେଉଛି। ମାତ୍ର ଜଣେ ବୋହୂ ନିଜ କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ୨ କିଲୋମିଟର ରାସ୍ତା ପାଦରେ ଚାଲି ଚାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଛନ୍ତି। ଏଭଳି ଘଟଣା ଘଟିଛି ଆସାମରେ। ଆସାମର ନଗାଓଁର ବାସିନ୍ଦା ଏହି ଯୁବତୀ ଏବେ ସାରା ଦୁନିଆ ପାଇଁ ପ୍ରେରଣା ପାଲଟିଛନ୍ତି। ପୁଅର କର୍ତ୍ତବ୍ୟ କରି ସେ ଜଣେ ଆଦର୍ଶ ବୋହୂ ପାଲଟିଛନ୍ତି। ସୋସିଆଲ ମିଡିଆରେ ଲୋକେ ଏଭଳି ବୋହୂ ଭାଗ୍ୟରେ ଥିଲେ ମିଳେ ବୋଲି ମତ ପ୍ରକାଶ କରିଛନ୍ତି। ଏହି ଘଟଣା ସମୟରେ ଅନେକ ଲୋକେ ଭିଡିଓ ଓ ଫଟୋ ଉଠାଇଥିବା ଜଣାପଡିଛି।
ମାତ୍ର ପରିଶ୍ରମ ପରେ ମଧ୍ୟ ସେ ନିଜ ଶ୍ୱଶୁରକୁ ବଞ୍ଚାଇବାକୁ ସକ୍ଷମ ହୋଇନଥିଲେ। ନିଜେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉକ୍ତ ଯୁବତୀଙ୍କ ଶ୍ୱଶୁର ଜୁନ ୨ରେ କରୋନାର ଲକ୍ଷଣ ଦେଖାଯିବା ପରେ ତାଙ୍କ ସ୍ୱାସ୍ଥ୍ୟ  ଖରାପ ହେବାକୁ ଲାଗିଲା। ସେହି ସମୟରେ ଯୁବତୀ ଏକ ଅଟୋର ଯୋଗାଡ କରିଥିଲେ ମଧ୍ୟ ଘର ଯାଏଁ ତାହା ଯାଇନଥିଲା। ତାଙ୍କ ସ୍ୱାମୀ ବାହାରେ କାମ କରୁଥିବାରୁ ଘରେ ଆଉ କେହି ନଥିଲେ। ତେଣୁ ସେ ନିଜ କାନ୍ଧରେ ଶ୍ୱଶୁରକୁ ନେଇ ଅଟୋ ଯାଏଁ ଯାଇଥିଲେ। ସେଠାରୁ ସ୍ୱାସ୍ଥ୍ୟକେନ୍ଦ୍ର ଗାଡିରେ ଯାଇଥିଲେ। ତାଙ୍କର ୬ ବର୍ଷର ଜଣେ ଶିଶୁ ପୁତ୍ର ମଧ୍ୟ ଅଛନ୍ତି।

 

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories