www.samajalive.in
Thursday, December 11, 2025
27.1 C
Bhubaneswar

ପ୍ରେମ ପାଇଁ… ବାପା ଓ ଭାଇକୁ ଏସିଡ୍‌ ମାଡ଼, ପ୍ରେମିକ ସହ ଝିଅ ଗିରଫ

ସମାଜ ଡିଜିଟାଲ ଡେସ୍କ: ଘର ବାରଣ୍ଡାରେ ଶୋଇଥିବାବେଳେ ବାପା-ପୁଅଙ୍କୁ ଏସିଡ ମାଡ଼ ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଆଉ କେହି ନୁହନ୍ତି, ବରଂ ନିଜ ଝିଅ ହିଁ ଏଭଳି କାଣ୍ଡ ଘଟାଇଛି। ପ୍ରେମ ପାଇଁ ପ୍ରେମିକ ସହିତ ମିଶି ପୁଅ ଝିଅ ନିଜ ବାପା ଓ ଭାଇ ଉପରକୁ ଏସିଡ୍‌ ମାଡ଼ କରିଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଝିଅ ଏବଂ ତା’ର ପୁରୁଷ ବନ୍ଧୁ ବିଜୟ ମାଝିକୁ ଗିରଫ କରିଛି।

ସୂଚନା ଅନୁସାରେ, କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବଡ଼ କେନ୍ଦୁଲି ଗ୍ରାମରେ ଗତ ଶୁକ୍ରବାର ଏସିଡ ଆକ୍ରମଣ ହୋଇଥିଲା। ଗ୍ରାମର ଜଣେ ବ୍ୟକ୍ତି ଏବଂ ତାଙ୍କ ପୁଅ ଘର ବାରଣ୍ଡାରେ ଶୋଇଥିବାବେଳେ କେହି ଦୁର୍ବୃତ୍ତ ଆସି ଉଭୟଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଥିଲେ। ପରିବାରବର୍ଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories