କଂଟାବାଞ୍ଜି : କଂଟାବାଞ୍ଜି ସହର ୱାର୍ଡ ନଂ୧୨,୧୩ରେ ଅବସ୍ଥିତ ସିଂଗଲପଡା ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ସିଂଗଲପଡା ଏବଂ ବେହେରାପଡା ବାସିନ୍ଦା ବିଜ୍ଞାପିତ ଅଂଚଳ ପରିଷଦର ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହାସହ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ଆଲେଚନା କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ ରେଡି, ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କୁ ଟେଲିଫୋନ ଯୋଗେ ଏନଏସିକୁ ଜମି ହସ୍ତାନ୍ତର ପାଇଁ ଅନୁରୋଧ କରିଛନ୍ତି। ଜମି ହସ୍ତାନ୍ତର ପ୍ରକ୍ରିୟା ସରିଲାପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ପ୍ରିତିଶୃତି ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଂପାଦକ ରାଜେନ୍ଦ୍ର ବେହେରା, କଂଟାବାଞ୍ଜି ସହରର ଯୁୁବ ବିଜେଡି କାର୍ଯ୍ୟକରି ସଭାପତି ବିଶାଳ ବେହେରା, ଜିଲ୍ଲା ଯୁବ ସଂପାଦକ ଶାନ୍ତନୁ ବିଭାର, ମଧୁ ସୂଦନ ଦାସ, ହରିବନ୍ଧୁ ସିପ୍କା, ଧୀରଜ ବେହେରା, ପ୍ରଦୀପ ରାଉତ, ରୂପେଶ ପୁଟେଲ, ଦେବ ଧରୁଆ, ସଙ୍ଗିତ କଟା, ମନୋଜ ବାଗ, ସୁଶାନ୍ତ ପୁଟେଲ ପ୍ରମୁଖ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।



