www.samajalive.in
Sunday, December 7, 2025
15.1 C
Bhubaneswar

ବକେୟା ଦରମା ଓ ପୁନଃନିଯୁକ୍ତି ଦାବିରେ ପିଏଜି ସଂଘର ଦାବୀପତ୍ର

ଫୁଲବାଣୀ : ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ଅଧୀନରେ ଦୀର୍ଘ ୩ ବର୍ଷ ଧରି କାମ କରି ମଧ୍ୟ ପାରିଶ୍ରମିକ ପାଇ ନାହାନ୍ତି ଅସ୍ଥାୟୀ କର୍ମଚାରୀ। ଏନେଇ ମହାମହିମ ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିବା ସହ ଭୁବନେଶ୍ୱରରେ ଆନ୍ଦୋଳନ ମଧ୍ୟ କରାଯାଇଛି। ତଥାପି କୌଣସି ଫଳ ମିଳି ନାହିଁ। ଅପର ପକ୍ଷରେ ରାଜ୍ୟ ସରକାର ଏମାନଙ୍କୁ ତାଙ୍କର ପ୍ରାପ୍ୟ ଦେବା ବଦଳରେ ଛଟେଇ କରିଛନ୍ତି। ଆଜି ଏହି କର୍ମଚାରୀମାନେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କନ୍ଧମାଳ ଜିଲାପାଳଙ୍କ ଜରିଆରେ ଏହି ମର୍ମରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଛି। ଦାବୀ ଅନୁସାରେ ଜିଲାର ପ୍ରତ୍ୟେକ ପଂଚାୟତରେ ଜଣେ ଲେଖାଏଁ ପିଏଜି ଭାବରେ ନିଯୁକ୍ତି ପାଇଥିଲେ। ତେବେ ନିଯୁକ୍ତ ସମୟର ଚୁକ୍ତି ଅନୁସାରେ ସେମାନଙ୍କୁ ପାରିଶ୍ରମିକ ଦିଆ ଯାଇ ନ ଥିଲା। ଏକ ବର୍ଷ କାମ କଲା ପରେ ସେମାନଙ୍କୁ କିଛି ଦିନ ପାଇଁ ପାରିଶ୍ରମିକ ମିଳିଥିଲା। ତେବେ ଏହା ଚୁକ୍ତି ମୁତାବକ ନଥିଲା ବୋଲି ପିଏଜି ସଂଘର ସଭାପତି ଅମୀୟ କୁମାର ବେହେରା ପ୍ରକାଶ କରିଛନ୍ତି। ଆଜି ପର୍ଯ୍ୟନ୍ତ ବଳକା ପ୍ରାପ୍ୟ ମିଳିପାରିନାହିଁ। ଅପରପକ୍ଷରେ ମାର୍ଚ୍ଚ ୨୦୨୦ରେ ସେମାନଙ୍କୁ ସରକାର ପ୍ରାପ୍ୟ ଦେବା ବଦଳରେ ଛଟେଇ କରି ଦେଇଥିଲେ। ପିଏଜି ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ନିକଟରେ ଦାବି ଏବଂ ଆନ୍ଦୋଲନ ସତ୍ୱେ କେହି ସେମାନଙ୍କ ଗୁହାରୀ ଶୁଣି ନ ଥିଲେ। ତେଣୁ ପିଏଜି ସଂଘର ଏକ ଏକ ପ୍ରତିନିଧି ଦଳ ଆଜି ଫୁଲବାଣୀ ଆସି କନ୍ଧମାଳ ଜିଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିଜ ଦାବି ଉପସ୍ଥାପିତ କରିଛନ୍ତି।

ସଂଘର ଦାବି ଅନୁଯାୟୀ ସେମାନଙ୍କୁ ସେମାନଙ୍କର ସମସ୍ତ ବକେୟା ପାରିଶ୍ରମିକ ଦେବା ସହ ପଂଚାୟତିରାଜ ବିଭାଗ ମାଧ୍ୟମରେ ପୁନଃ ନିଯୁକ୍ତି ଦିଆଯାଉ। ନଚେତ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ବେଳେ ସଂପାଦକ ବିଘ୍ନରାଜ ବେହେରାଙ୍କ ସମେତଅଜୟ ପାତ୍ର, ଜୟସେନ କହଁର, ଲକ୍ଷ୍ମୀକାନ୍ତ ପ୍ରଧାନ, ହେମନ୍ତ ନାୟକ, ଲାଲ ମୋହନ କହଁର, ମନୋରଂଜନ ମଲିକ, ଶରତ କୁମାର ମାଝୀ ଓ ଅନ୍ୟମାନେ ସାମିଲ୍‍ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories