www.samajalive.in
Tuesday, December 9, 2025
16.1 C
Bhubaneswar

୨ ଲକ୍ଷ ୬୫ ହଜାର ଟଙ୍କାର ସାଇବର ଠକେଇ : ଉତ୍ତରପ୍ରଦେଶରୁ ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଶିକ୍ଷିତ ଦମ୍ପତିଙ୍କ ଠାରୁ ୨ଲକ୍ଷ ୬୫ ହଜାର ଟଙ୍କା ସାଇବର ଠକେଇ ମାମଲାରେ ଭବାନୀପାଟଣା ଟାଉନ ଥାନା ପୁଲିସ ଉତ୍ତରପ୍ରଦେଶରୁ ୫ ଜଣଙ୍କୁ ଗିରଫ କରିଛି। ସେମାନେ ଏହି ସାଇବର ଠକେଇରେ ବ୍ୟବହାର କରିଥିବା ମୋବାଇଲ ଓ ନଗଦ ୫୨ ହଜାର ୩୮୮ ଟଙ୍କା ଜବତ ହୋଇଛି ବୋଲି ଭବାନୀପାଟଣା ଟାଉନଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭବାନୀପାଟଣା ଏସ୍‌ଡିପିଓ ରମେଶଚନ୍ଦ୍ର ସେଠୀ ଓ ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ ପ୍ରକାଶ କରିଛନ୍ତି।


ଭବାନୀପାଟଣା ତାରିଣୀ ମନ୍ଦିର ରୋଡର ଶର୍ମା କଲୋନୀର ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ସ୍ତ୍ରୀ ଶାରଳାବାଳା ପୃଷ୍ଟିଙ୍କ ଲିଖିତ ଅଭିଯୋଗ ଅନୁଯାୟୀ, ଗତ ଜାନୁୟାରୀ ୯ ତାରିଖ ଦିନ ୧୨ଟାରେ ଶ୍ରୀ ସୁବୁଦ୍ଧିଙ୍କ ଫୋନ୍‌କୁ ଏକ କଲ୍‌ ଆସିଥିଲା। ଉକ୍ତ ଫୋନ୍‌ରେ ଜଣେ ଅଜଣା ବ୍ୟକ୍ତି ଜିଓ ଫୋନ କଷ୍ଟମର କେୟାର କହୁଛି କହି କିଛି ପ୍ରୋବ୍ଲେମ ଅଛି କି ପଚାରି ଥିଲା। ଏହାର ସମାଧାନ କରିଦେବା କହି ବ୍ୟକ୍ତିଗତ ତଥ୍ୟ (ପାର୍ସନାଲ ଡିଟେଲ ଆଡ୍ରେସ) ମାଗି ନେଇଥିଲା। ଏହାପରେ ଆପଣଙ୍କୁ ନୂଆବର୍ଷ ପାଇଁ ମାଗାଣା ଅଫର ଅଛି, ମୋବାଇଲ ଗିଫ୍ଟ ମିଳିବ ଏବଂ ୨୦ ହଜାର ଟଙ୍କା ଅର୍ଥ ପୁରସ୍କାର ମିଳିବ ବୋଲି କହିଥିଲା। ସାଇବର ଠକର ନିର୍ଦେଶନାମାକୁ ଗଙ୍ଗାଧର ଫଲୋ କରି ଥିଲେ। କିନ୍ତୁ ଠକ କିଛି ସମୟ ପରେ ଓଟିପି ନ ନେଇ ମଧ୍ୟ ବାରମ୍ବାର ଗଙ୍ଗାଧରଙ୍କ ଆକାଉଣ୍ଟରୁ ଗୁଗୁଲ ପେରେ ୨୦ ହଜାର ଲେଖାଏଁ ୫ ଥରରେ ୧ ଲକ୍ଷ ଟଙ୍କା ଓ ତାଙ୍କ ଆଉ ଏକ ବ୍ୟାଙ୍କ ଆକାଉଣ୍ଟରୁ ୪୫ ହଜାର ନେଇ ଚାଲିଥିଲା। ଏପରିକି ତାଙ୍କ ସ୍ତ୍ରୀ ଶାରଳାବାଳା ପୃଷ୍ଟିଙ୍କ ଆକାଉଣ୍ଟରୁ ମଧ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ସାଇବର ଠକ ତଞ୍ଚକତା କରି ସମୁଦାୟ ୨ ଲକ୍ଷ ୬୫ ହଜାର ସାଇବର ଠକ ଲୁଟି ନେଇଥିଲା। ଗଙ୍ଗାଧର ଓ ତାଙ୍କ ସ୍ତ୍ରୀ ସାଇବର ଠକର ହାବୁଡ଼ରେ ପଡ଼ିଥିବା ଜଣିବା ପରେ ତୁରନ୍ତ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ସହିତ କଳାହାଣ୍ଡି ଏସ୍‌ପି ଡ. ଶ୍ରବଣ ବିବେକ ଏମ୍‌ଙ୍କୁ ଜଣାଇଥିଲେ। ଭବାନୀପାଟଣା ଟାଉନ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଥିଲା।

- Advertisement -

କଳାହାଣ୍ଡି ଏସ୍‌ପି ଡା. ଶ୍ରବଣ ବିବେକ ଏମ୍‌ଙ୍କ ନିର୍ଦେଶକ୍ରମେ ଭବାନୀପାଟଣା ଏସ୍‌ଡିପିଓ ରମେଶଚନ୍ଦ୍ର ସେଠୀ ଓ ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ତତ୍ତ୍ୱାବଧାନରେ ଶ୍ରୀ ସୁବୁଦ୍ଧିଙ୍କ ନିକଟକୁ ଆସିଥିବା ଫୋନ ଟ୍ରାକିଂ କରିଥିଲେ। ଶେଷରେ ପୁଲିସ ଜାଣିବାକୁ ପାଇଲା ଯେ ଉତ୍ତରପ୍ରଦେଶର ହମିରପୁର ଜିଲାର ବିୱାର ଥାନା ଅଧୀନରେ ଥିବା ବିଘେନାରେ କିଛି ଯୁବକ ଏହି ସାଇବର କ୍ରାଇମ କରିଛନ୍ତି। ଏହି ସାଇବର କ୍ରାଇମ ଧରିବା ପାଇଁ ଗଠିତ ହୋଇଥିଲା ସ୍ୱତନ୍ତ୍ର ସ୍ୱାର୍ଡ଼। ଟାଉନ ଥାନାର ଯୁବ ସବ୍‌ଇନ୍ସିପେକ୍ଟର ଶିବାଜୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଉତ୍ତରପ୍ରଦେଶର ହମିରପୁର ଜିଲାର ବିୱାର ଥାନା ଅଧୀନରେ ଥିବା ବିଘେନା ଯାଇଥିଲେ। ସେଠାରେ ଶ୍ରୀ ପଣ୍ଡା ଓ ଅନ୍ୟ ପୁଲିସ ଅଧିକାରୀମାନେ ସଂପୃକ୍ତ ଥାନାର ପୁଲିସ ଅଧିକାରୀଙ୍କ ସହଯୋଗରେ ଅଭିଳାଶ ସିଂହ ଓରଫ ଗୌତମ (୨୧), ପରଭେଜ ଅହମ୍ମଦ (୩୧), ୱାହିଦ୍‌ ଖାଁ (୨୫), ସାରୁଖ୍‌ ଖାଁ (୧୯) ଏବଂ ଜୁନେଦ ଅହମ୍ମଦ (୩୯)କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କୁ ପୁଲିସ ଜେରା କରିବା ସମୟରେ ଭବାନୀପାଟଣା ଶର୍ମା କଲୋନୀରେ ସାଇବର ଠକେଇ କରି ୨ ଲକ୍ଷ ୬୫ ହଜାର ଟଙ୍କା ଠକି ନେଇଥିବା ସ୍ୱୀକାର କରିଥିଲେ। ପୁଲିସ ସେମାନଙ୍କଠାରୁ ଇନ୍‌ଫିନିକ୍ସ ହଟ୍‌ – ୧୦ଟି ମୋବାଇଲ, ସାମ୍‌ସଙ୍ଗର – ୨ଟି, ଭିବୋ-୧ଟି, ଓପୋ ମୋବାଇଲ -୧ ଏବଂ ଏମ୍‌ଆଇ କମ୍ପାନୀର – ୧ଟି ଏପରି ମୋଟ ୧୪ ଟି ମୋବାଇଲ ଏବଂ ୫୨ ହଜାର ୩୮୮ ଟଙ୍କା ଅଭିଳାଶ ସିଂହ ଠାରୁ ଜବତ କରିଛି। ଏହି ୫ ଜଣଙ୍କ ହମିଦାରପୁର ସିଜିଏମ୍‌ କୋର୍ଟରେ ଦାଖଲ କରିବା ପରେ ସେମାନଙ୍କୁ ଭବାନୀପାଟଣା ଅଣାଯାଇଥିଲା। ସେମାନେ ଏହିପରି ବହୁ ସାଇବର ଠକେଇ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ସେମାନଙ୍କୁ ୨୭ ତାରିଖ ଦିନ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ପୁଲିସ ସେମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ଏସ୍‌ଡିପିଓ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories