www.samajalive.in
Monday, December 8, 2025
20.1 C
Bhubaneswar

ମୋଦୀଙ୍କ ଗଡ଼ରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଦଳରେ ସାମିଲ ହେବେ ହାର୍ଦ୍ଦିକ ପଟେଲ

ଗୁଜରାଟ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ କୁହାଯାଉଥିବା ଗୁଜରାଟରୁ କଂଗ୍ରେସ ନିର୍ବାଚନ ବିଗୁଲ ବଜାଇବ। ଏଥିପାଇଁ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହେବ। ଦୀର୍ଘ ୫୮ ବର୍ଷ ପରେ କଂଗ୍ରେସ ଗୁଜରାଟରେ ଏହି ବୈଠକ ଆୟୋଜନ କରୁଛି। ଏଥିରେ ବିଜେପି ସରକାର ଦ୍ବାରା କରାଯାଇଥିବା ବିମୁଦ୍ରୀକରଣ ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଷ୍ପତ୍ତି ଯୋଗୁ ଅର୍ଥବ୍ୟବସ୍ଥା କିଭଳି କ୍ଷତିଗ୍ରସ୍ତ ହୋଇଛି ସେ ସମ୍ପର୍କରେ ନିର୍ବାଚନ ପ୍ରଚାର ବେଳେ ଲୋକଙ୍କୁ କୁହାଯିବ। କଂଗ୍ରେସ କାର୍ଯ୍ୟକାରୀଣି ବୈଠକରେ ଏହି ପ୍ରସ୍ତାବକୁ ଚୂଡ଼ାନ୍ତ ମଞ୍ଜୁରୀ ଦିଆଯିବ। ଏହାବ୍ୟତୀତ ଜିଏସଟି, କୃଷକଙ୍କ ସମସ୍ୟା ଏବଂ ବେକାରୀ ସମସ୍ୟାକୁ ପ୍ରସଙ୍ଗ କରାଯିବା ନେଇ ବୈଠକରେ ମୁଖ୍ୟ ଏଜେଣ୍ଡା ରହିଛି।

ଏହି ଅବସରରେ ଗୁଜରାଟର ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏ ନେଇ କିଛିଦିନ ହେଲା ଚର୍ଚ୍ଚା ହୋଇଆସୁଛି। ହାର୍ଦ୍ଦିକ ପଟେଲ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହେବେ। ସେ ଜାମନଗର ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି।

- Advertisement -

ଅନ୍ୟପଟେ ଏହି ବୈଠକର ଦିନକ ପୂର୍ବରୁ କଂଗ୍ରେସକୁ ଏକ ଝଟକା ମିଳିଛି। ଜାମନଗର(ଗ୍ରାମୀଣ)ର କଂଗ୍ରେସ ବିଧାୟକ ବଲ୍ଲଭ ଘାରବିୟା ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ବିଗତ ୪ଦିନ ମଧ୍ୟରେ କଂଗ୍ରେସ ୩ ବିଧାୟକ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories