www.samajalive.in
Tuesday, December 9, 2025
16.1 C
Bhubaneswar

ପୁଣି ମହିଳାଙ୍କ ଉପରେ ଏସିଡ ମାଡ଼; ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନାରେ ଭର୍ତ୍ତି

କଟକ: ତିଗିରିଆ ଥାନା ନୂଆପାଟଣା ଗାଁରେ ଜଣେ ମହିଳାଙ୍କ ଉପରକୁ ଏସିଡ୍‌ ମାଡ଼ ହୋଇଛି । ମହିଳା ଜଣକ ଘରୁ ବାହାରିବା ବେଳେ କିଛି ଦୁର୍ବୃତ୍ତ ଏସିଡ୍‌ ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସୂଚନା ମୁତାବକ ଏହି ଅଭାବନୀୟ ଘଟଣା ଆଜି ଭୋରରୁ ଘଟିଥିବା ବେଳେ ମହିଳା ଜଣକ ଏଥିରେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଏସସିବିରେ ଭର୍ତ୍ତି କରାଯାଇଛି ।

ଗୁରୁତର ମହିଳା ଜଣକଙ୍କ ନାଁ ରୀନା ସାହୁ (୩୬) ହୋଇଥିବା ବେଳେ ଏସିଡ୍‌ ମାଡ଼ରେ ତାଙ୍କ ଶରୀରର ୫୦% ପୋଡ଼ି ଯାଇଛି । ରୀନା ସକାଳୁ ସକାଳୁ ମର୍ଣ୍ଣିଂଓ୍ୱାକ୍‌ କରିବାକୁ ଯାଇଥିଲେ । ସେହି ସମୟରେ ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଏସିଡ୍‌ ମାଡ କରି ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ରୀନାଙ୍କ ଚିତ୍କାର ଶୁଣି ଲୋକ ମାନେ ତାଙ୍କୁ ଉଦ୍ଧାର କରି ତିଗିରିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories