www.samajalive.in
Tuesday, December 9, 2025
16.1 C
Bhubaneswar

କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି: ସିଏମ୍‌ସି କମିଶନର

ଭୁବନେଶ୍ବର: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କଟକ ଜିଲାରେ ବଢୁଛି। କଟକ ଜିଲାରେ ବେଶି କୋଭିଡ୍‌ କେସ୍‌ ଦେଖାଯାଉ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଜିଲାକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ଶହ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ କଟକ ସହରରେ ୧୪୩ଟି ଆକ୍ଟିଭ୍‌ କେସ୍‌ ରହିଛି ଏବଂ ୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ତେବେ କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି ବୋଲି ଆଜି ଭୁବନେଶ୍ବର ଗୀତଗୋବିନ୍ଦ ଭବନରେ ଆୟୋଜିି ସାମ୍ବାଦିକ ସମ୍ମିଳନୀରେ ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି।
କଟକରେ କରୋନା ସ୍ଥିିତି ଓ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି ଯେ ସବୁ ମେଡ଼ିକାଲ୍‌ ଓପିଡିରେ ପିପିଇ ପିନ୍ଧି ଡାକ୍ତର ରୋଗୀ ଦେଖୁଛନ୍ତି। ଯେଉଁ ରୋଗୀଙ୍କ ଆଡ୍‌ମିଶନ୍‌ ଦରକାର ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହେଉଛି। ଏ ପର୍ଯ୍ୟନ୍ତ ୧୭ଶହ ଆଣ୍ଟିଜେନ୍‌ ଟେଷ୍ଟ କରି ଆକ୍ରାନ୍ତ ଚିହ୍ନଟ କରାଯାଇଛି। କଟକ ଏସ୍‌ସିବି ଏବଂ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍‌ପିଟାଲ୍‌ରେ ଓପିଡିକୁ ଭାଗ କରାଯାଇଛି। ଓପିଡି ଭାଗ ଭାଗ କରି ରୋଗୀ ଏକତ୍ରୀକରଣକୁ ରୋକାଯାଇଛି। ସିଏମ୍‌ସି ଓ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସର୍ଭେ ଚାଲିଛି। ଲକ୍ଷଣ ଥିବା କିଛି ଲୋକଙ୍କୁ ପରୀକ୍ଷା କରାଯାଉଛି। ଲୋକମାନଙ୍କ ଆଣ୍ଟିଜେନ୍‌ ଟେଷ୍ଟ ମଧ୍ୟ କରାଯାଉଛି। ଆକ୍ଟିଭ୍‌ ସର୍ଭେଲାନ୍ସରେ ପୁରୁଣା ରାଉସପାଟଣାକୁ କଣ୍ଟେନ୍‌ମେଣ୍ଟ କରାଯାଇଛି। ପ୍ରଥମେ ୫/୬ ଥିଲେ; ବର୍ତ୍ତମାନ ସେଠାରେ ୨୨ଟି ନୂଆ କେସ୍‌। ପ୍ରତାପ ନଗରୀରେ ସଂକ୍ରମିତ ଥିବାରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରକାଶ କରିଛନ୍ତି।

 

- Advertisement -

କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ୍‌ କେୟାର୍‌ ସେଣ୍ଟର ବ୍ୟବସ୍ଥା ହୋଇଛି। ଏଲ୍‌ଏନ୍‌ଟି ଗୋପାଳପୁରରେ ୧୦୭ ବେଡ୍‌ର କୋଭିଡ୍‌ କେୟାର ସେଣ୍ଟର, ବିଦ୍ୟାଧରପୁର ଓଏସ୍‌ଏଚ୍‌ବି କେନ୍ଦ୍ରରେ ୯୮ ବେଡ୍‌ର କୋଭିଡ୍‌ କେୟାର୍‌ ସେଣ୍ଟର, ଓଏଟିରେ ୨୨୦ ବେଡ୍‌ରେ ମଧ୍ୟ ବ୍ୟବସ୍ଥା ଚାଲିଛି। ଯେଉଁମାନଙ୍କ ଲକ୍ଷଣ ନ ଥିବ କିମ୍ବା କମ୍‌ ଲକ୍ଷଣ ଥିବ ସେମାନେ କୋଭିଡ୍‌ କେୟାର ସେଣ୍ଟରେ ରହିବେ। ଯେଉଁମାନଙ୍କର ଭେଣ୍ଟିଲେଟର ଦରକାର କିମ୍ବା ଗୁରୁତର ରୋଗୀ ହୋଇଥିବେ ସେମାନେ ଅଶ୍ବିନୀ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ଯିବେ। ଆସନ୍ତା ୧୪ ଦିନରେ ଘରକୁ ଘର ସର୍ଭେରେ ସମସ୍ତେ ସହଯୋଗ କରନ୍ତୁ ବୋଲି କମିଶନର ଅନନ୍ୟା ଦାସ  କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories