ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କଷ୍ଟମ ଅଧିକାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ କରାଯାଇଛି। କଷ୍ଟମ ଅଧିକାରୀ ବ୍ୟାଙ୍କକରୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଧମକାଇ ତାଙ୍କ ଠାରୁ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସୁନା ଆଣିଥିବାରୁ ଟିକସ ଆଳରେ ଉକ୍ତ ଯାତ୍ରୀ ଠାରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଯାତ୍ରୀ ଜଣକ ସୁନା ସମ୍ପର୍କିତ ବୈଧ କାଗଜପତ୍ର ଦେଖାଇବା ସତ୍ତ୍ବେ କଷ୍ଟମ ଅଧିକାରୀ ତାଙ୍କ ଠାରୁ ଟଙ୍କା ଆଦାୟ କରିଥିଲେ। ତେବେ ୫ ହଜାର ଟଙ୍କାର ରସିଦ୍ ନ ଦେବାରୁ କଷ୍ଟମ ଅଧିକାରୀଙ୍କ ସହ ଯାତ୍ରୀଙ୍କର ବଚସା ହୋଇଥିଲା। ପରେ ସିଆଇଏସ୍ଏଫ୍ର ହସ୍ତକ୍ଷେପରେ ଯାତ୍ରୀ ଜଣକ କଷ୍ଟମ ଅଧିକାରୀଙ୍କ ଠାରୁ ତାଙ୍କ ଟଙ୍କା ଫେରି ପାଇଥିଲେ।
ତେବେ ଏହି ଘଟଣାର ସରଜମିନ୍ ତଦନ୍ତ ପାଇଁ ଜିଏସ୍ଟିର ଅତିରିକ୍ତ କମିଶନର ନିର୍ଦେଶ ଦେଇଛନ୍ତି।



